Breaking News

ଝାରସୁଗୁଡାରୁ ଆରମ୍ଭ ହୋଇଥିବା ଶାନ୍ତି , ସଂହତି ଓ ସଦ୍‌ଭାବନା ଯାତ୍ରା ସୁଆଣ୍ଡୋରେ ଉଦ୍‌ଯାପିତ


 ସାକ୍ଷୀଗେ।।ପଳ------  ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତ୍ରୀ ପାଳନ ଅବସରରେ ଝାରସୁଗୁଡାରୁ ବାହାରିଥିବା ଶାନ୍ତି, ସଂହତି ଓ ସଦ୍‌ଭାବନା ଯାତ୍ରା ଗୁରୁବାର ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁଙ୍କ ଷଠିଘର ଠାରେ ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି । ଏହି ଯାତ୍ରା ୧୩ ତାରିଖରୁ ଆରମ୍ଭ ହୋଇଥିଲା ।  ଓଡିଶାରେ ଗାନ୍ଧୀ ରହିଥିବା ବିଭିନ୍ନ ସ୍ଥାନକୁ ଯାଇ ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶକୁ ପ୍ରଚାର ପ୍ରସାର କରିଥିଲେ । ରାଷ୍ଟୀୟ ଯୁବା ସଂଗଠନ, ଉତ୍କଳ ଗାନ୍ଧୀ ସ୍ମାରକି ନିଧି, ଗାନ୍ଧୀ ପ୍ରତିଷ୍ଠାନ ଓ ରାଜୀବ ଗାନ୍ଧୀ ଫାଉଣ୍ଡେସନ ପକ୍ଷରୁ ଏହି ଯାତ୍ରାର ଆୟୋଜନ କରାଯାଇଥିଲା ।  ସୁଆଣ୍ଡୋ ଠାରେ ସଦଭାବନା ସହଯାତ୍ରୀ ଦଳଙ୍କୁ ବିଧାୟକ ଉମାକାନ୍ତ ସମାନ୍ତରୟ, ଗୋପବନ୍ଧୁଙ୍କ ଦାୟଦ ଧୀରେନ୍ଦ୍ର ନାଥ ଦାସ, ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ,  ଜିଲ୍ଲା ପରିଷଦସଭ୍ୟ ଧୁବଚରଣ ଦାଶ, ବିଦ୍ୟାଧରପୁର ସରପଞ୍ଚ ରଶ୍ମିତା ପ୍ରଧାନ ପ୍ରମୁଖ ସ୍ୱାଗତ କରିଥିଲେ । ଷଠିଘରେ ପୁଣ୍ୟାତ୍ମାଙ୍କ ପ୍ରତିମୂର୍ତ୍ତିରେ  ସହଯାତ୍ରୀ ଓ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବିଧାୟକ ଶ୍ରୀ ସମାନ୍ତରାୟ  ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀଜିଙ୍କ ଆଦର୍ଶ, ନୀତି ଓ ଗୋପବନ୍ଧୁଙ୍କ ସେବାକୁ ପାଥେୟ କରି ବା ଦରକାର ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ନିଶାକର ଦାସ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଡ. ବିଶ୍ୱଜିତି, ବିଶ୍ୱନାଥ ପଟ୍ଟନାୟକ, ପ୍ରଦୀପ୍ତ ଦାସ, ଦେବେନ୍ଦ୍ର ନାଥ  ଆଚାର୍ଯ୍ୟ, ମନୋଜ ମିଶ୍ର, ପ୍ରମୁଖ ସଭାରେ ଗାନ୍ଧିଜୀ, ପଣ୍ଡିତ ଗୋପବନ୍ଧୁଙ୍କ ଜୀବନାଦର୍ଶ  ଉପରେ ଆଲୋକପାତ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଶଙ୍କର ପ୍ରଧାନ, ସୁନିଲ ପଣ୍ଡା, ସୁରେଶ କୁମାର ସାହୁ, ଦୁଃଶାସନ ପ୍ରଧାନ,  ସରପଞ୍ଚ ତ୍ରିନାଥ ମହାପାତ୍ର,  ବାସନ୍ତୀ ବେହେରା, ତାରାକାନ୍ତ ଦାଶ, ପ୍ରକାଶ ଖଟେଇ ପ୍ରମୁଖ ଯୋଗଦେଇଥିଲେ । ଏହି ଯାତ୍ରୀ ଦଳକୁ ବିଧାୟକ ଶ୍ରୀ ସାମନ୍ତରୟ ଉପଢ଼ୌକନ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଭାରେ ଉପସ୍ଥିତ ଥିବା ପୂର୍ବତନ ସଂସାଦ କବି ପ୍ରସନ୍ନ ପାଟ୍ଟଶାହାଣୀଙ୍କ ସହିତ  ବରିଷ୍ଠ ନାଗରିକ ମାନଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts