ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ
ସାକ୍ଷୀଗୋପାଳ ---- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନିହାର ରଞ୍ଜନ ଦାଶ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଓୟୁଟିର କୃଷି ବିଭାଗର ପ୍ରଫେସର ଚିନ୍ତାମଣି ପଣ୍ଡା ଓ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ତ ଅଧ୍ୟାପାକ ଶୁକଦେବ ମହାନ୍ତି ଯୋଗଦେଇ ମହାବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ପରେ ପରେ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଯେ ଯେଉଁ ମହାପୁରଷଙ୍କ ନାମରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ସେହି ମହାପୁରଷଙ୍କ କଥା ଓ କାର୍ଯ୍ୟକୁ ଅନୁସରଣ କରି ପାରିଲେ ନିଶ୍ଚୟ ତମେ ମାନେ ଆଗାମୀ ଦିନରେ ଜଣେ ଜଣେ ଭଲ ମଣିଷ ହୋଇ ପାରିବ ବୋଲି । ଅଧ୍ୟାପକ ମନୋଜ ପରିଡା, ରମା ବଲ୍ଲଭ ମହାନ୍ତିଙ୍କ ସହ କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ , ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ । ସଭା କାର୍ଯ୍ୟ ପରିଚାଳନା କରିଥିଲେ ପ୍ରଫେସର ରତିକାନ୍ତ ପରିଡା । କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଶେଷରେ କଲେଜର ବଡବାବୁ ରାଜ କିଶୋର ପତି ଧନ୍ୟବାଦ ଦେଇଥିଲେ । ଛାତ୍ର ଛାତ୍ର ମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି