 |
Sakhigopal |
ସାକ୍ଷୀଗୋପାଳ ( ଅମୃତ ମିଡିଆ) ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର କାଦୁଆ - ପଟ୍ଟନାୟିକିଆ ଛକ ମଧ୍ୟରେ ଏକ ମାରୁତି ଇକୋକାର ଗଛରେ ପିଟି ହୋଇ ଯାଇଛି । ଯାହାକି କାର ଚାଳକ ଅଳ୍ପକେ ବତ୍ତିଯାଇଥିବା ଜଣାପଡିଛି । ଗାଡି ନଂ -ଓଡି- ୩୩ କେ- ୫୯୩୧ ମାରୁତି ଇକୋ କାର । ଗାଡିଟି ଭୁବନେଶ୍ୱର ରୋଲିନ ମହାପତ୍ରଙ୍କ ନାମରେ ଥିବା ଜଣାପଡିଛି । ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଗାଡିଟିକୁ ଥାନାକୁ ଆଣି ତଦନ୍ତ ଜାରି ରଖିଛନ୍ତି । ଅନ୍ୟ ପକ୍ଷେ ଗାଡି ଚାଳକ ଦୁର୍ଘଟଣା ପରେ ଗାଡି ଛାଡି ଦେଇ ଫେରାର ହୋଇଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ