ଡମ୍ପର ଧକ୍କାରେ ଯୁବକଙ୍କର ମୃତ୍ୟୁ
ଡେଲାଙ୍ଗ--- ଡେଲାଙ୍ଗ -ଖୋର୍ଦ୍ଧା ରାସ୍ତାର ବେଗୁନିଅପଡା ଛକରେ ଏକ ସଡକ ଦୁର୍ଘଟଣା ଘଟି ଯାଇଛି । ଏଥିରେ ମଟର ସାଇକେଲ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ସୁଚନାଯୋଗ୍ୟ ଯେ ଡେଲାଙ୍ଗ ଥାନା ଅର୍ନ୍ତଗତ ଗୁଡୁପାଇଲୋ ଗ୍ରାମର ମାନସ ବେହେରା( ୨୦) । ତାଙ୍କ ଘର ପାଖ ସମ୍ପକୀୟ ଭୀମସେନ ବେହେରା(୬୧)ଙ୍କୁ ଏକ ମଟର ସାଇକେଲ ନଂ ଓଡି, ୦୨. ଏଭି, ୦୫୫୪ଯୋଗେ ତରବୋଇ ଯାଉଥିଲେ । ବେଗୁନିଆଛକ ନିକଟରେ ପଛରୁ ଏକ ଡମ୍ପର ତାଙ୍କୁ ଧକ୍କା ଦେଇଥିଲା । ଯାହାକି ଭୀମସେନ ରାସ୍ତା ତଳକୁ ଖସି ପଡିଥିବା ବେଳେ ମାନସ ରାସ୍ତା ଉପରେ ପଡି ଯାଇଥିଲେ । ମାନସଙ୍କ ଉପରେ ଡମ୍ପର ଚକ ଚଡିଯାଇଥିଲା । ମାନସ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଭୀମସେନଙ୍କୁ ଡେଲାଙ୍ଗ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ପଠାଯାଇଥିବା ଜଣାପଡିଛି । ଡେଲାଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଏକ କେସରୁଜ କରିବା ସହ ଦୁର୍ଘଟଣା ଗସ୍ତ ଦୁଇଟି ଯାକ ଗାଡି ଜବତ କରି ତଦନ୍ତ କରୁଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି