ଟୋଲାପଡା କ୍ରିକେଟ କପ ; ପିଢ଼ପାଟଣା କ୍ରିକେଟ କ୍ଳବ ଚମ୍ପିୟାନ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଜେନାପୁର ଗ୍ରାମ ପଞ୍ଚାୟତର ଟୋଲାପଡା କ୍ରିକେଟ କ୍ଳବ ପକ୍ଷରୁ ପ୍ରଥମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗ୍ରାମ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮ ଟି ଦଳ ଭାଗ ନେଇଥିଲେ । ମୁଖ୍ୟ ଅତିଥି ଭାବେ ଯୁବ ସଂଗଠକ ତଥା ଜେନାପୁର ପଞ୍ଚାୟତର ସମିତିସଭ୍ୟଙ୍କ ପ୍ରତିନିଧି ଦିପକ କୁମାର ଜେନା ଯୋଗଦେଇଥିଲେ । ଫାଇନାଲ ମ୍ୟାଚ ଗୋବିନ୍ଦପୁର ଓ ପିଢ଼ପାଟଣା କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପିଢ଼ପାଟଣା ଦଳ କୌଣସି ଉଇକେଟ ନ ହରାଇ ୧ ଓଭରରେ ୬ ରନ କରିଥିଲେ । ଜବାବାରେ ଗୋବିନ୍ଦପୁର ଗୋଟିଏ ଓଭରରେ ୩ରନ କରିଥିଲେ । ପିଢ଼ପାଟଣା ଦଳ ୩ରନରେ ବିଜୟୀ ହୋଇଥିଲେ । ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜି ଭାବେ ସୁମନ୍ତ କୁମାର ଜେନା ପୁରଷ୍କାର ପାଇଥିଲେ । ବୁଟୁ ବେହେରା ଓ ଜିତେନ୍ଦ୍ର ବାରିକ ମ୍ୟାଚ ପରିଚାଳନା ଓ ଆୟୋଜନ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି