Breaking News

ବନ୍ଧୁମିଳନ ସମାରୋହରେ ରୁଦ୍ରାଭିଷେକ ଓମହାମୃତ୍ୟୁଞ୍ଜୟ ଯଜ୍ଞ



 ବରଗଡ଼---  ବରଗଡ଼ ଜିଲ୍ଲା ଅତାବିରା ସରଣ୍ଡା ଅଷ୍ଟଶମ୍ଭୁ ବିଶ୍ୱେଶ୍ୱର ବାବା କଲ୍ୟାଣ ମଣ୍ଡପଠାରେ ମହାସମାରୋହରେ ୧୯୮୩ମାଟ୍ରିକ ବ୍ୟାଚ ର ଛାତ୍ରଛାତ୍ରୀ ଓ ତାଙ୍କ ପରିବାରବର୍ଗଙ୍କୁ ନେଇ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଏହି ସମାରୋହରେ ବ୍ୟାଚ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୧୩ଜଣ ସହପାଠୀ ଦେହାନ୍ତ ହେଇଯାଇଥିବାବେଳେ ସେମାନଙ୍କ ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ପରେ ରୁଦ୍ରାଭିଷେକ ଓ ମହାମୃତ୍ୟୁଞ୍ଜୟ ଯଜ୍ଞ  ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ୪୦ଜଣ ଛାତ୍ରଛାତ୍ରୀ  ତାଙ୍କ ପରିବାର ଯୋଗଦେଇ ସ୍କୁଲସମୟର ସ୍ମୁତି ରୋମନ୍ଥନ କରିବାସହ ନିଜନିଜର ଅନୁଭୁତି ବର୍ଣ୍ଣନା କରିଥିଲେ।ବଳରାମ ସାହୁଙ୍କ ସଂଯୋଜନାରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବନ୍ଧୁମିଳନ ରେ ଅବସର ଶିକ୍ଷକ ଭୋଜରାଜ ସ୍ୱାଇଁ,ଋଷୁବ ସାହୁ,କୁମର ବେହେରା,ଦୁର୍ଯୋଧନ ପ୍ରଧାନ ପ୍ରମୁଖ ଗୁରୁଙ୍କୁ ପାଦଧୌତ,ଚନ୍ଦନ ଲେପନ,ଫୁଲମାଲ ଅର୍ପଣ ସହ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଏହି ଅବସରରେ ଗୁରୁମାନଙ୍କ ଉପସ୍ଥିତି କ୍ରମେ ସମସ୍ତ ଛାତ୍ରଛାତ୍ରୀ ତଥା ପରିବାର ଜନଙ୍କୁ ଆଶୀର୍ବାଦ ଦେବା ସହ ସେମାନଙ୍କର ଉତ୍ତରାତ୍ତୋର ଉନ୍ନତି କାମନା କରିଥିଲେ। ବନ୍ଧୁମିଳନ କାର୍ଯ୍ୟକ୍ରମରେ ରାକେଶ ପାଢ଼ୀ,ଜଗନ୍ନାଥ ପ୍ରଧାନ,ଭରତ ପ୍ରଧାନ ପ୍ରମୁଖ ବିଭିନ୍ନ ପ୍ରକାର ଦାୟିତ୍ୱ ତୁଲାଇଥିଲେ। ସେହିପରି ରୁଦ୍ରାଭିଷେକ ଓ ମହାମୃତ୍ୟୁଞ୍ଜୟ ଯଜ୍ଞରେ ସୋନୁ ଖୁଣ୍ଟୁଲା ସପତ୍ନୀ ମିନା ଖୁଣ୍ଟୁଲା, ଲଳିତ ବାଙ୍କା ସପତ୍ନୀ କିରନ ବାଙ୍କା କର୍ତ୍ତା ଦାୟିତ୍ୱ ତୁଲାଉଥିଲେ।ପ୍ରତିବର୍ଷ ଏହି କାର୍ଯ୍ୟକ୍ରମକୁ ଦୁଇ ଜଣ ସହପାଠୀ ସୋତ ସ୍ୱତଃ ସ୍ପୁତ ଭାବରେ ଆଗଭର ହୋଇ ଯଜ୍ଞ ସହ ପୂଜାର ଦାୟିତ୍ୱ ତୁଲାଇଥାନ୍ତି।ଆଗାମୀ ବର୍ଷ ପାଇଁ ଅମୂଲ୍ୟ କୁମାର ସାହୁ ଓ ପ୍ରେମଲାଲ ରଣା ଏ ସମସ୍ତ ଦାଇତ୍ୱ ନେବାପାଇଁ କାର୍ଯ୍ୟକ୍ରମରେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।ଏହି କାର୍ଯ୍ୟକ୍ରମକୁ ରତ୍ନାକର ମହାପାତ୍ର,ଲିଙ୍ଗରାଜ ପାତ୍ର, କାଶୀସ୍ୱର ବେହେରା, କେ ତୁଳସୀ ପ୍ରସାଦ ରାଜୁ,ରାଜକୁମାର ବାଙ୍କା ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts