ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘର ବାର୍ଷିକ ଅଧିବେଶନ
ଡେଲାଙ୍ଗ--- ପ୍ରାଥମିକ କୃଷି ସମବାୟ ସମିତି ସଂଘ, ପୁରୀର ବାର୍ଷିକସାଧାରଣ ସଭା ଡେଲାଙ୍ଗ ସ୍ଥିତ ମା କେନ୍ଦ୍ରେଶ୍ୱରୀ ଠାକୁରାଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ମହେଶ୍ୱର ବେହେରା ଅଧ୍ୟକ୍ଷତା କରିଥିଲେ । ସଂଘର ସଦସ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ ବିସୟରେ ଆଲେଚନା କରାଯାଇଥିଲା । ବିଶେଷ କରି କର୍ମଚାରୀ ମାନଙ୍କ ପାଇଁ ରାଜ୍ୟ ସରକାର୧୫-୨-୨୦୧୯ରେ ଏକ ଫଣ୍ଡ ଗଠନ କରିଥିଲେ । ମାତ୍ର ଏ ପର୍ଯ୍ୟନ୍ତ ଫଣ୍ଡ କାର୍ଯ୍ୟକାରୀ ନ ହୋଇ ସମବାୟନିବନ୍ଧକ ଭୁବନେଶ୍ୱର୧-୧-୨୦୨୦ରିଖରେ ସମବାୟ ନିରିକ୍ଷକ ୨୭୦୮ ଗୋଟି ସମବାୟ ସମିତିରେ ନିଯୁକ୍ତି ଦେବା ପାଇଁ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବକୁ ପୁରୀ ଜିଲ୍ଲା ସଂଘ ସଭାରେ ନିନ୍ଦା କରାଯାଇଛି । ଏହି ପ୍ରସ୍ତାବକୁ ତୁରନ୍ତ ବନ୍ଦ କରାଯାଇ ପୂର୍ବରୁ ସମିତିରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନତ୍ୟା ଦିଆଯାଉ । ସରକାରୀ କର୍ମଚାରୀ ଯେଉଁ ସୁବିଧା ପାଉଛନ୍ତି ସେମାନଙ୍କୁ ସେହି ସୁବିଧା ଦିଆଯିବା ପାଇଁ ଆଜିର ସଭାରେ ସର୍ବ ସମ୍ମତିକ୍ରମେ ସମବାୟ ନିବନ୍ଧକଙ୍କୁ ନିବଦେନ କରାଯାଇଛି । ରାଜ୍ୟ ସରକାର କୃଷକ ଓ ମହିଳା ଗୋଷ୍ଠୀ ମାନଙ୍କୁ କଷି ଋୁଣ ପ୍ରଦାନ ସହିତ ଧାନ କିଣା, ବିହନ ବିକ୍ରୟ ସହିତ ସାର, କୀଟନାଶକ ଆଦି ସମଗ୍ରୀ କୃଷକ ମାନଙ୍କୁ ସଠିକ ସମୟରେ ଯୋଗାଇ ଦେଇଛନ୍ତି । ଯାହାକି ରାଜ୍ୟରୁ ମହାଜନୀ ଓ ସାହୁକାର କାରବାର ସମ୍ପର୍ଣ୍ଣ ବନ୍ଦ ହୋଇଯାଇଛି ବୋଲି ସଭାରେ ଆଲେଚନା କରାଯାଇଥିଲା । ଏହି ଆଲେଚନାରେ ମହାସଂଘର କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ଦାଶ, ସାଧାରଣ ସମ୍ପାଦକ ଦିଗାମ୍ବର ନାୟକ,ସାଧାରଣ ସମ୍ପାଦକ ବଙ୍ଗୁ ରାଉତରାୟ, ସମ୍ମାନିତ ଅତିଥି ବଂଶୀଧର ଜଗଦେବ, ଦିପକ କୁମାର ପରିଡା, ବିନାୟକ ଦଳେଇ, ଧନେଶ୍ୱର ପ୍ରଧାନ, ଧିରେନ୍ଦ୍ର ମାନସିଂହ, ପୁରୀ ଜିଲ୍ଲାସଂଘର ସାଧାରଣ ସମ୍ପାଦକ , ସଭାପତି ଏବଂ ସମସ୍ତ ଶଖାର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି