Breaking News

ପିକଅପ ଭ୍ୟାନ୍ ସହ ମୋଟର ସାଇକେଲ ର ମୁହାଁମୁହିଁ ଧକ୍କା


ବାଲିଗୁଡ଼ା -----କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ପଞ୍ଚାୟତ ର ଡାବୁଡ଼କିଆ ଘାଟିରେ  ଏକ ମୋଟର ସାଇକଲ ସହ ପିକଅପ ଭ୍ୟାନ ନଂ.ଓଆର ୧୭ଏସ ୦୩୦୭ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ଆହାତ ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ହୋଇଥିବା ବାଇକ ଚାଳକ ମେଲିସିକିଆ ଗ୍ରାମର ବିପ୍ର ଚରଣ ମଳିକ (୪୪) ଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଶ୍ରୀ ମଳିକଙ୍କୁ ସଙ୍ଗେ ସଙ୍ଗେ  ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହ ଦୁର୍ଘଟଣା ଗସ୍ତ ଗାଡି ଦୁଇଟି ଜବତ କରିଥିବା   ଜଣାପଡିଛି । 
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

Blog Archive

Popular Posts