ଘର ଉପରେ ୩୩ କେଭି ବିଦ୍ୟୁତ ତାର ;ହଟାଇବା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି
ସାକ୍ଷୀଗୋପାଳ----ପୁରୀ ଜିଲ୍ଲାରେ ଆଇନ କାନୁନ କିଛି ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ଘର ଉପରେ ଯୋର ଜବର ଦସ୍ତ ବିଦ୍ୟୁତ ବିଭାଗ ୩୩ କେବି ବିଦ୍ୟୁତ ତାର ଟାଣିଥିବା ନେଇ ପୁରୀ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି । ସୁଚନାଯୋଗ୍ୟ ଯେ ରଥପୁରୁଷୋତ୍ତମପୁର ପ୍ରତାପ ସାହୁ ଅଭିଯୋଗ ଆଣିଛନ୍ତି । ତାଙ୍କର ସ୍ଥିତିବାନ ଖାତାନଂ-୫୫୦/୨୯୫ ଉପରେ ଯୋର ଜବର ଦସ୍ତ ୩୩କେବି ବିଦ୍ୟୁତ ତାର ଟଣାଯାଇଛି । ମନା କରିବା ସତ୍ତେବ ସେମାନେ ନ ଶୁଣି କହିଥିଲେ ଅଧିକାରୀଙ୍କୁ କହିବା ପାଇଁ । ଏହି ଉଚ୍ଚ ସମ୍ପନ୍ନ ବିଦ୍ୟୁତ ତାର ନିଶ୍ଚୟ ମୋ ପରିବାର ପାଇଁ ବିପଦ ସୃଷ୍ଟି କରିବ ଏଥିରେ ଟିକେ ମାତ୍ର ସନ୍ଦେହ ନାହିଁ । ଜିଲ୍ଲାପାଳ ତୁରନ୍ତ ଏ ଦିଗପ୍ରତି ନଜର ଦେବାକୁ ସେ ନିବେଦନ କରିଛନ୍ତି ।
![]() |
Sakhigopal ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି |