Breaking News

>>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • >>
  • କଣାସରେ କଲବଲ କରୁଛି ହଇଜା ; କମିବାର ନାଁ ଧରୁ ନାହିଁ
  • >>
  • କରମଳାରେ ବନ ମହୋତ୍ସବ ପାଳିତ
  • >>
  • ଦାରୁଦେବତା ପୁସ୍ତକ ଉନ୍ମୋଚିତ;ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି -ଆଇଜି ହିମାଂଶୁ ଲାଲ କହିଲେ
  • ଗୋପବନ୍ଧୁଙ୍କ ଜନ୍ମପୀଠରେ ୫ଟି ସଚିବ; ଭିତ୍ତିଭୂମି ଅନୁଧ୍ୟାନ କଲେ


     ସାକ୍ଷୀଗୋପାଳ-- ସୁଆଣ୍ଡୋ ଗ୍ରାମ ଓ ପଣ୍ଡିତଜୀଙ୍କ ବାସଭବନ ବିକାଶ ସହ ନିର୍ମାଣ କରାଯିବ ସଂଗ୍ରହାଳୟ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ସୁଆଣ୍ଡୋ ଗ୍ରାମରେଆଜି ଅପରାହ୍ନରେ ୫ଟି ସଚିବ ଭି କାତ୍ତିକେୟ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂହ ପହଞ୍ଚି ରାଜ୍ୟ ସରକାର ମହାପୁରଷଙ୍କ ପୀଠର ବିକାଶ ପାଇଁ ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି । ଦୁଇଦିନ ତଳେ ଏକ ଟିମ ପ୍ରାଥମିକ ତଦନ୍ତ କରି ଫେରି ଯାଇଥିଲେ । ଏବେ ୫ଟି ସଚିବ ଆସି ଗ୍ରାମ ବାସୀଙ୍କ ସହିତ ଆଲେଚନା କରିବା ସହିତ ଦେବାଳୟ ଗୁଡିକର ଉନ୍ନତି କରାଯିବ ବୋଲି କହିଛନ୍ତି । ବିଶେଷ କରି ଜନ୍ମପୀଠ ଠାରୁ ଶହେ ଫୁଟ ଦୁରରେ ହେବ ସଂଗ୍ରହାଳୟ ନିର୍ମାଣ କରାଯିବ । ଷଠୀଘରର ପୁନରୁଦ୍ଧାର କରାଯିବ, ପାଠାଗାର, ପାର୍କ, ରାସ୍ତା, ବିଜୁଳି, ପାନୀୟଜଳ, ଶୌଚାଳୟସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ବୋଲି ୫ଟି ସଚିବଙ୍କ ଠାରୁ ପ୍ରକାଶ ।  ବିଶେଷ କରି ଗୋପବନ୍ଧୁଙ୍କ ଷଠୀଘର ଓ ଅନ୍ୟ ଜାଗା ସମ୍ପର୍କରେ ଗୋପବନ୍ଧୁଙ୍କ ପରିବାର ସଦସ୍ୟ ମାନଙ୍କ ସହିତ ଆଲେଚନା କରାଯିବ ବୋଲି ଜଣାପଡିଛି । ସୁଆଣ୍ଡୋ ବିଜ୍ର ଠାରୁ ଷଠୀଘର ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତା ନିର୍ମର୍ାଣ କରାଯିବ, ସମସ୍ତ କାର୍ଯ୍ୟ ଆରମ୍ଭ ହେବା ଠାରୁ ଏକ ବର୍ଷ ମଧ୍ୟରେ ଶେଷ ହେବ ବୋଲି ଜଣାପଡିଛି । ଅନ୍ୟ ମାନଙ୍କ ମଧ୍ୟରେ ଏଡିଏମ ପ୍ରଦୀପ କୁମାର ସାହୁ, ଇଡିକୋ ଜେନେରାଲ ମ୍ୟାନେଜର ବିନ୍ଦେଶ୍ୱର ପାତ୍ର, ଇଂ ଶାନ୍ତନୁ କୁମାର ଜେନା , ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନଙ୍କ ସହିତ ଗୋପବନ୍ଧୁଙ୍କ ନାତି ଧୀରେନ୍ଦ୍ର ନାଥ ଦାସ, ରବୀନ୍ଦ୍ର ନାଥ ଦାଶ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ । ଶେଷରେ ୫ଟି ସଚିବ ସୁଆଣ୍ଡୋ ବିଦ୍ୟାଳୟ ବୁଲିକି ଦେଖିଥଲେ ।
      ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

    Blog Archive

    Popular Posts