ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ସରସ୍ୱତୀ ପୂଜା
ସାକ୍ଷୀଗୋପାଳ ---- ମାଘ ମାସ ଶୁକ୍ଳପଞ୍ଚମୀ ତିଥିରେ ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ କାଠ ଅନୁକୂଳ ହୋଇଥାଏ । ଏଣୁ ଆଜିର ଦିନ ସବୁଠାରୁ ଭଲ ଦିନ ବୋଲି ପଣ୍ଡିତ ମାନେ କହିଥାନ୍ତି । ସାକ୍ଷୀଗୋପାଳ ଓ ଡେଲାଙ୍ଗର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କରେ ମହା ଆଡମ୍ବରରେ ମା ବିଦ୍ୟାଦାୟନୀ ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ ସକାଳୁ ପିଲା ମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ôଫୁଲ, ନଡିଆ, ଧୂପ, ଦୀପ ଧରି ନିଜ ନିଜର ଶିକ୍ଷା ଅନୁଷ୍ଠାନରେ ପହଞ୍ଚିଥିବାର ଦେଖାଯାଇଥିଲା । ବିଭିନ୍ନ ବିଦ୍ୟାଳୟରେ ମାଙ୍କୁ ରଙ୍ଗ ବେରଙ୍ଗ ଜରି, ଜମ୍ବୁଜା ସହିତ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସଜିତ କରିଥିଲେ ବିଦ୍ୟାର୍ଥୀ ମାନେ । ସେହିପରି ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଭୋଜି ଭାତ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି