ସତ୍ୟବାଦୀରେ ଜାତୀୟ ମତଦାତା ଦିବସ ପାଳିତ
ସାକ୍ଷୀଗୋପାଳ ----ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ତରଫରୁ ସମସ୍ତ ମତଦାନ କେନ୍ଦ୍ର ଗୁଡିକରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ସମସ୍ତ ବିଏଲଓ ମାନେ ବ୍ୟାନର ଲଗାଇ ଭୋଟରମାନଙ୍କୁ ଏ ସମ୍ପର୍କରେ ବୁଝାଇଥିଲେ । ସୁପରଭାଇଜର ମାନେ କାର୍ଯ୍ୟକ୍ରମ ତଦାରଖ କରିଥିଲେ । ବ୍ଳକ ସଂପ୍ରସାରଣ ଅଧିକାରୀ ମଣ୍ଟୁ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ସେହିପରି କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜାତୀୟ ମତମତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଶିକ୍ଷକ ତଥା (ବି ଏଲ ଓ ) ଲକ୍ଷ୍ମୀଧର ଚିନ୍ନାରା ପିଲାମାନଙ୍କୁ ଓ ଶିକ୍ଷକ ଶିକ୍ଷୟତ୍ରୀ ନିରପେକ୍ଷ ମତଦାନ ପାଇଁ ଶପଥ ପାଠ କରାଇଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସବୂହ ଭାବରେ ଗଣତନ୍ତ୍ରରେ ଦୃଢ଼ ଆସ୍ଥା ସ୍ଥାପନ ପୂର୍ବକ ଗଣତାନ୍ତ୍ରିକ ପରମ୍ପରା କୁ ଅକ୍ଷୁର୍ଣ୍ଣ ରଖିବା ସହିତ ପ୍ରତ୍ୟେକ ନିର୍ବାଚନରେ ନିର୍ଭୟ ଭାବରେ ବା କୌଣସି ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପ୍ରଭାବିତ ନ ହୋଇ ନିଜର ସ୍ୱ ଚିନ୍ତିତ ମତରେ ମତଦାନ କରିବା ପାଇଁ ସଂକଳ୍ପ ନେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ବିଶ୍ୱଜିତି ପ୍ରଧାନ, ଶଶିଭୂଷଣ ବେହେରା, ରୁନୁ ବେହେରା ଓ ବୀଣାପାଣି ସାହୁ ଆଦି ଶିକ୍ଷକ ଶିକ୍ଷୟତୀ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ