Breaking News

ମାଘମେଳାରେ ସ୍ୱେଚ୍ଛାସେବୀ ମୁତୟନ ପାଇଁ ସମନ୍ୱୟ ବୈଠକ

 A Maliki
Konark 
କୋଣାର୍କ -----  ପ୍ରସିଦ୍ଧ ମାଘ ମେଳା ପାଇଁ  ଚଳିତ ମାସ ୩୧ ତାରିଖ ଅପରାହ୍ନରୁ ଫେବୃୟାରୀ ମାସ ୧ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଚନ୍ଦ୍ରଭାଗା ଓ ସୂର୍ଯ୍ୟମନ୍ଦିର ସମେତ କୋଣାର୍କର ବଜାରର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହେବ । ଚନ୍ଦ୍ରଭାଗାର ପବିତ୍ର ତୀର୍ଥ ପୂଷ୍କରଣୀରେ ବୁଢ ପକାଇବା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦେବା ନିମନ୍ତେ ସ୍ୱେଚ୍ଛାସେବୀମାନେ ମୁତୟନ ହେବେ । ସ୍ୱେଚ୍ଛାସେବୀ ସମନ୍ୱୟ କମିଟି ପକ୍ଷରୁ  ମେଳାକୁ ସୁଚାରୂରୁପେ ସମ୍ପାଦନ କରିବା ପାଇଁ  ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ସ୍ୱେଚ୍ଛାସେବୀ ମାନଙ୍କର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଗୋପ ତହସିଲଦାର ପୃଥିବୀରାଜ ମଣ୍ଡଳ ଅଧ୍ୟକ୍ଷତା କରିଥିଲେ ।   କୋଣାର୍କ ଥାନାଧିକାରୀ ରଞ୍ଜନ ମଲ୍ଳିକ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ଭଗବତୀ ମାହାବିଦ୍ୟାଳୟର ଜାତୀୟ ସମର ସୀକ୍ଷାର୍ଥୀ ବାହୀନିର ଅଧିକାରୀ ଅଧ୍ୟାପକ ବିନୟଭୂଷଣ ମହାନ୍ତି ଓ ସ୍ୱେଚ୍ଛାସେବୀ ସମନ୍ୱୟ କମିଟିର ସଂଯୋଜକ ରାମକୃଷ୍ଣ ମହାନ୍ତିଙ୍କ ସମେତ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।   କୋଣାର୍କ ଜବାହାର ନବୋଦୟ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ, ଜାଭିଏର କଲେଜ ଅଫ ହୋଟେଲ ମ୍ୟାନେଜମେଣ୍ଟ,  କୋଣାର୍କ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ ଟୁରିଜିମ, କୋଣାର୍କ ଭଗବତୀ ମହାବିଦ୍ୟାଳୟ, କାକଟପୁର ମଙ୍ଗଲା ମହାବିଦ୍ୟାଳୟ, ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱ ବିଦ୍ୟାପୀଠ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ନିକଟସ୍ଥ ବିଦ୍ୟାଳୟର ଶିକ୍ଷକ ପ୍ରତିନିଧିଙ୍କ ସମେତ ସ୍ଥାନୀୟ ଅଞ୍ଚଳର ସ୍ୱେଚ୍ଛାଦେବୀ ସଙ୍ଗଠନ ଓ ଯୁବକ ସଙ୍ଘର ପ୍ରତିନିଧିମାନେ ଯୋଗ ଦଇଥିଲେ । ୩୧ ତାରିଖ ଅପରାହ୍ନରୁ ୧ ତାରିଖ ୧୨ଟା ପର୍ଯ୍ୟନ୍ତ ଚନ୍ଦ୍ରଭାଗା ଓ ସୂର୍ଯ୍ୟମନ୍ଦିର ସମେତ କୋଣାର୍କର ବଜାରର ବିଭିନ୍ନ ସ୍ଥାନରେ ୩ଶହରୁ ଅଧିକ ସ୍ୱେଚ୍ଛାସେବୀ ଓ ଛାତ୍ରମାନେ ମେଳା ପଡିଆର ଉପସ୍ଥିତ ରହି ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଶ୍ରଦ୍ଧାଳୁମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦେବା ସହ ମେଳାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ସେବା କାର୍ଯ୍ୟରେ ସମର ସିକ୍ଷାର୍ଥୀ ବାହୀନି ଏବଂ ଜାତୀୟ ସେବା ଯୋଜନା, ସ୍କାଉଟ ଗାଇଡ, ସବୁଜ ବାହିନୀର ଛାତ୍ରଛାତ୍ରୀ, ସ୍ୱେଛାସେବୀ, ନେହରୁ ଯୁବକେନ୍ଦ୍ରର ସ୍ୱେଛାସେବୀମାନେ ସେବା କାର୍ଯ୍ୟ ସମ୍ପାଦନ କରିବେ ବୋଲି ଜଣାପଡିଛି ।
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts