ତ୍ରିନାଥ ମନ୍ଦିର ପ୍ରତିଷ୍ଠା ପାଇଁ ୧୦୮ ଘଟ ସ୍ଥାପନ
ସାକ୍ଷୀଗୋପାଳ ---- ସତ୍ୟୃବାଦୀ ବ୍ଳକର କାଦୁଆ ଗ୍ରାମ ପଞ୍ଚାୟତର ବରାଳ ପ୍ରଧାନ ସାହି ଗ୍ରାମରେ ତ୍ରିନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଭାର୍ଗବୀ ନଦୀର ଭୃଗ ଘାଟରୁ ପୁରୁଷ ମହିଳା ୧୦୮ ଜଣ କଳସ ବୁଡାଇଛନ୍ତି । ଏହି ଅବସରରେ ଘଟ ବୁଡାଇଥିବା ପୁରୁଷ ମହିଳା ମାନେ ନୂତନ ବସ୍ତ୍ର ପରିଧାନ ଓ ହବିଷ କରି କଳସ ବୁଡାଇଥିଲେ । ପଣ୍ଡିତଙ୍କ ଦ୍ୱାରା ଅଭିମନ୍ତ୍ରିତ କଳସ ଧରି ଏକ ଶେ।।ଭାଯାତ୍ରାରେ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ । ପଣ୍ଡିତ ଭାଷ୍କର ପଣ୍ଡା ଓ ତାଙ୍କ ସହଯୋଗୀ ମାନେ ମନ୍ଦିର ପ୍ରତିଷ୍ଠା ଓ ଯଜ୍ଞ କରିଥିଲେ । କର୍ତ୍ତା ଭାବେ ମଙ୍ଗୁଳି ପାଇଟାଳ ଓ କର୍ତ୍ତୀ ଭାବେ ବିନୋଦିନୀ ପାଇଟାଳ ରହିଛନ୍ତି । ଏହି ଅବସରରେ ଗ୍ରାମରେ ଆମିଷ ନିଷେଧ କରାଯାଇଛି । ଗ୍ରାମବାସୀ ମାନେ ସମସ୍ତେ ରହି କାର୍ଯ୍ୟ ତଦାରଖ କରୁଛନ୍ତି ।
ସାକ୍ଷୀଗେ।।ପାଳରୁ ଧୀରେନ୍ଦ୍ର ସେନାପତି