ବେରବୋଇରେ ଗାନ୍ଧୀଙ୍କ ତିରୋଧାନ ଦିପସ ପାଳିତ ଓ ଦୁଇ ଦିନିଆ ଜାତୀୟ ଗ୍ରାମୀଣ ଗାନ୍ଧୀ ଉତ୍ସବ ଅନୁଷ୍ଠିତ
ଡେଲାଙ୍ଗ------ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ବେରବୋଇ ସ୍ଥିତ ଗାନ୍ଧୀ ପୀଠରେ ମହାତ୍ମାଙ୍କ ତିରୋଧାନ ଦିବସ ଅବସରରେ ବେରବୋଇ ଗାନ୍ଧୀ ସ୍ମରକୀ ସମିତି ଓ କସ୍ତୁରବା ଗ୍ରାମ ସେବା କେନ୍ଦ୍ର ପକ୍ଷରୁ ପ୍ରଭାତ ଫେରି, ପ୍ରତୀକ ଗ୍ରାମ ସଫେଇ କରାଯାଇଥିଲା । ପ୍ରତିମୂର୍ତ୍ତିରେ ସୁତି, ପୁଷ୍ପ, ଧୂପ ପ୍ରଦାନ କରାଯାଇଥିଲା । ପରେ ପରେ ବହ୍ମେଶ୍ୱର ପୋଖରୀରେ ଯୋଗ ଦେଇଥିବା ଅତିଥି ମାନେ ତିଳତର୍ପଣ କରିଥିଲେ । ଏକ ସର୍ବଧର୍ମ ପ୍ରାର୍ଥନା ସଭା କରାଯାଇଥିଲା । ଗାନ୍ଧୀ ସ୍ମାରକି ସମିତିର ସଭାପତି ବିଚିତ୍ରାନନ୍ଦ ମହାନ୍ତି, ସମ୍ପାଦକ, ଚନ୍ଦ୍ର ଶେଖର ବିଶ୍ୱାଳ, ପ୍ରଫୁଲ ନାୟକ, ସମ୍ବକାର ଗୌରାଙ୍ଗ ପରିଡା, କବିତା ରାଣି ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ମୁନିନ୍ଦା ପଞ୍ଚାୟତର କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ପରସିରରେ ଦୁଇ ଦିନିଆ ଜାତୀୟ ଗ୍ରାମୀଣ ଗାନ୍ଧୀ ଉତ୍ସବ ପାଳନ ପାଇଁ ଏହି ଠାରୁ ଏକ ଜ୍ୟୋତିଯାତ୍ରା ଆରମ୍ଭ ହୋଇଥିଲା । ଏଥିରେ ଡ. ପ୍ରସନ୍ନ ପାଟ୍ଟଶାଣୀ, ଶିଶୁ ସୁରକ୍ଷା ଆୟୋଗ ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଶଙ୍କର ପରିଡା, କବି ଶଶାଙ୍କ ଚୁଡାମଣି, ଡ. କ୍ଷେତ୍ରବାସୀ ପ୍ରଧାନ, ଅଧ୍ୟାପକ ତ୍ରିନାଥ ପରିଡା , ଶିକ୍ଷାବିତ୍ତ ବଟକୃଷ୍ଣ ଜେନା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେସ ବଳିୟାରସିଂ ପ୍ରମୁଖ ଉପସ୍ଥିତ ରହିଥିଲେ । ମୁନିଦା କେପିପି ହାଇସ୍କୁଲ , ପୁରାତନ ଛାତ୍ର ପରିଷଦ ଓ ବିଶ୍ୱମୁକ୍ତି ଜାତୀୟ ଗ୍ରାମୀଣ ଗାନ୍ଧୀ ଉତ୍ସବର ଆୟୋଜନ କରିଛନ୍ତି । ସତ୍ୟ, ସେବା ଓ ଅହିଂସା ବାର୍ତ୍ତା ନେଇ ଯୋତିଯାତ୍ରା ଆରମ୍ଭ ହୋଇଛି । ବେରବୋଇ, ରାମଚନ୍ଦ୍ରପୁର, ଡେଲାଙ୍ଗ ହାଟ ବଜାର, ସୁଜନପୁର, ସାଉରିଆ, ଦେଇ କଲ୍ୟାଣପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି ଶେଷରେ ମୁନିନ୍ଦା କବି ପ୍ରସନ୍ନ ପାଟ୍ଟଶାଣୀ ପରିସରରେ ଆୟୋଜିତ ସଭାସ୍ଥଳରେ ସ୍ଥାପନ କରାଯିବ । ବିଭିନ୍ନ ବ୍ୟକ୍ତି ବିଶେଷ ଓ ଗାନ୍ଧୀ ବାଦୀ ମାନଙ୍କୁ ନେଇ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି