ପଞ୍ଚାୟତ ସ୍ତରୀୟ ମହିଳା ଗୋଷ୍ଠୀର କର୍ମକର୍ତ୍ତା ନିର୍ବାଚିତ
ସାକ୍ଷୀଗୋପାଳ-------ସତ୍ୟବାଦୀ ବ୍ଳକର ସାଣ୍ଢରା ଗ୍ରାମ ପଞ୍ଚାୟତର ମେଳଣ ପଡିଆରେ ପଞ୍ଚାୟତ ସ୍ତରୀୟ ମହିଳା ଗୋଷ୍ଠୀର କର୍ମକର୍ତ୍ତା ନିର୍ବାଚିତ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ୯୯ଟି ମହିଳା ଗୋଷ୍ଠୀର ସଦସ୍ୟା ମାନେ ଯୋଗ ଦେଇଥିଲେ । ସତ୍ୟବାଦୀ ବ୍ଳକର ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ କରିଥିବା ଯୋଜନା ସମ୍ପର୍କେ କହିଥିଲେ । ବ୍ଳକ ପ୍ରକଳ୍ପ ପରିଚାଳିକା ଜୋସ୍ନାରାଣି ମିଶ୍ର ଶାସ୍ୱତୀ ଦାସ ଯୋଗ ଦେଇ ମହିଳା ସଂଗଠନ କରିବାର ମୁଖ୍ୟ ଲକ୍ଷ୍ୟ ସମ୍ପର୍କେ ସୂଚନା ପ୍ରଦାନ କରିଥିଲେ । ଶେଷରେ ପଞ୍ଚାୟତର ସଭାନେତ୍ରୀ ପାଇଁ ନିର୍ବାଚନ କରାଯାଇଥିଲା । ନିର୍ବାଚନ ପରିଚାଳନା କରିଥିଲେ ବ୍ଳକ ପ୍ରକଳ୍ପ ପରିଚାଳିକା ଜୋସ୍ନାରାଣି ମିଶ୍ର । ସଭାନେତ୍ରୀ ପାଇଁ ପୂର୍ବତନ ସଭାନେତ୍ରୀ ବନିତା ପଣ୍ଡା ଓ ଅର୍ଚ୍ଚନା ସାହୁଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ବନିତା ୮୫ ଖଣ୍ଡ ଭୋଟ ପାଇଥିବା ବେଳେ ଅର୍ଚ୍ଚନା ସାହୁ ୧୦୮ ଖଣ୍ଡ ଭୋଟ ପାଇ ସଭାନେତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ସମ୍ପାଦକ ଭାବେ ଗିତା ଭୋଇ ଓ କୋଷାଧ୍ୟକ୍ଷ ଭାବେ ସଂଗୀତା ବରାଳ ନିର୍ବାଚିତ ହୋଇଥିଲେ । ଗୋଷ୍ଠୀ ପରିଚାଳିକା ମମତା ରାଣି ଜେନା, ଉଷାରାଣି ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି