 |
BaraGarh |
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ମଧ୍ୟଦେଇ ୫୩ନଂ ଜାତୀୟ ରାଜପଥ ଯାଇଛି । ତ୍ରୁଟିପୂର୍ଣ୍ଣ ରାଜରାସ୍ତା ଓ ପ୍ରଶାସନର ଅବହେଳା ଯୋଗୁଁ ଏହି ରାସ୍ତା ଏବେ ବାଟୋଇ ମାନଙ୍କର ମୃତ୍ୟୁ ର ଯନ୍ତା ସାଜିଛି। ଆଜି ପାଖାପାଖି ୧୨ଟା ସମୟରେ ସ୍ଥାନୀୟ ଲାଦେର ପାଲି ଛକରେ ବୁର୍ଲାରୁ ବରଗଡ଼ ଅଭିମୁଖେ ଏକ ହୋଣ୍ଡା ଟୁଇଷ୍ଟର ଦୁଇ ଚକିଆ ଓଆର ୧୫ପି ୬୨୬୭ ଗାଡ଼ିରେ ଓଁକାର ତ୍ରିପାଠୀ ଓ ତାଙ୍କ ପତ୍ନୀ ଗିରିଜା ତ୍ରିପାଠୀ ଯାଉଥିଲେ । ଏକ ଅଜଣା ମୋଟର କାର ପଛପଟୁ ଧକ୍କା ଦେଇଥିଲା। ଫଳରେ ଗାଡ଼ିରେ ଯାଉଥିବା ଦମ୍ପତି ଛିଟିକି ପଡି ଗୁରୁତର ହୋଇପଡି ଥିଲେ । ଦୁର୍ଘଟଣା ଘଟାଇ ଗାଡି ଟି ପଳାଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଦମ୍ପତିଙ୍କୁ ଲହୁଲୁହାଣ ଅବସ୍ଥାରେ ସ୍ଥାନୀୟ ଅତାବିରା ଡାକ୍ତରଖାନାକୁ ନେବା ପାଇଁ ୧୦୮ ଗାଡିକୁ ଯୋଗାଯୋଗ କରିବା ସହ ପୋଲିସକୁ ମଧ୍ୟ ଫୋନ କରିଥିଲେ। ହେଲେ ଦୀର୍ଘ ସମୟ ଧରି କାହାରି ଦେଖା ନଥିଲା।ବାଧ୍ୟ ହୋଇ ସ୍ଥାନୀୟ ଲୋକେ ଏକ ଟେମ୍ପୁ ଯୋଗେ ସ୍ଥାନୀୟ ଡାକ୍ତରଖାନାକୁ ଆହତ ଦମ୍ପତିଙ୍କୁ ହଞ୍ଚାଇ ଥିଲେ । ସେଠାରେ ଡାକ୍ତର ପ୍ରାରମ୍ଭିକ ଚିକିତ୍ସା ପରେ ଗିରିଜା ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ରେଫର କରିଦେଇଥିଲେ। ବିଳମ୍ବରେ ପୋଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ଇନକ୍ୟୁଆରୀ ପରେ ଇନକ୍ୟୁଆରୀ କରୁଛନ୍ତି ବୋଲି ଜନସାଧାରଣରେ ଆଲୋଚନା ହେଉଛି । ୧୦୮ମଧ୍ୟ ବିଳମ୍ବରେ ପହଞ୍ଚିଥିଲା ଓ ସେଥିରେ ବୁର୍ଲା ବଡ ମେଡ଼ିକାଲକୁ ପଠାଇ ଦିଆଯାଇଥିଲା।ହେଲେ ଘଟଣା ଘଟିଲେ ପୋଲିସ କେବଳ ତଦନ୍ତ ଜାରି ରଖିଥିବାବେଳେ ଅନେକ ଘଟଣାର ଉନ୍ମୋଚନ କରିପାରି ନଥିବାରୁ ପୋଲିସ ଉପରୁ ଲୋକଙ୍କ ଆସ୍ଥା ଧୀରେ ଧୀରେ ତୁଟିବାକୁ ଲାଗିଛି। ଆମ ପୋଲିସ କାର୍ଯ୍ୟକ୍ରମ ଏଠାରେ କେବଳ କାଗଜ ପତ୍ର ରେ ଚାଲିଛି ବୋଲି ଲୋକମାନେ କହନ୍ତି । ସେହିପରି ଏହି ରାଜରାସ୍ତାରେ ରେଙ୍ଗାଲିକେମ୍ପ ଛକରୁ ଅତାବିରା ଟେଲିଫୋନ ଏକ୍ସଚେଞ୍ଜ ଛକ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୬ଟି ସିସି କ୍ୟାମେରା ୪ମେଗାଫିକ୍ସଲର ଲାଗିଛି । ସତ ହେଲେ ତାହା କାହା ସ୍ୱାର୍ଥରେ, କେବଳ
ପ୍ରଶାସନିକ ଅଧିକାରୀ ମାନଙ୍କୁ ଜଣା ବୋଲି ଲୋକେ କହନ୍ତି। ଏହି ରାଜରାସ୍ତାରେ ଷ୍ଟିଟ ଲାଇଟ ସାମ୍ନା,ସିସି କ୍ୟାମେରା ତଥା ସରକାରୀ ମୁଣ୍ଡ ସାମ୍ନାରେ ଘଟଣା ସହ ମର୍ମନ୍ତୁଦ ଦୁର୍ଘଟଣା ମାନ ଘଟିଯାଉଛି ହେଲେ ପୋଲିସ କେମିତି ତାର ଟେର ପାଉନି ବୋଲି ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚି।ଯେମିତି କି ଘଟଣା ମାନ ନିତିଦିନିଆ ସାଜିଥିବା ବେଳେ ସ୍ଥାନୀୟ ତଥା ଜିଲ୍ଲା ପ୍ରଶାସନ ହାତ ଉପରେ ହାତ ବାନ୍ଧି ଚେଇଁ ଶୋଇଛି ବୋଲି ଲୋକେ କହନ୍ତି।ତେବେ ଏଇ ଚାରି ମେଗାଫିକ୍ସଲ ସରକାରୀ ମୁଣ୍ଡ ଚୋରଙ୍କ ପାଇଁ ନାଁ ଚୋରଙ୍କୁ ପ୍ରଶ୍ରୟ ଦେବାପାଇଁ ବୋଲି ଲୋକମାନେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି ।ତେବେ ଦେଖଯାଉ ଏଇ ସରକାରୀ ମୁଣ୍ଡ ସାମ୍ନାରୁ ଘଟଣା ଘଟାଇ ଚମ୍ପଟ ମାରିଥିବା ଧଳା ମୋଟର କାର ସରକାରୀ ମୁଣ୍ଡରେ ଲାଗିଥିବା ଆଖିରେ ଆସୁଛି ନାଁ ନାହିଁ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ