Breaking News

ବେଗୁନିଆ ସାହିତ୍ୟାନୁଷ୍ଠାନର ମାସିକ ବୈଠକ

ବେଗୁନିଆ----ବେଗୁନିଆ ସାହିତ୍ୟାନୁଷ୍ଠାନର ପକ୍ଷରୁ ଚଳିତ ବର୍ଷର  ପ୍ରଥମ ମାସିକ ବୈଠକ  ଶନିବାର ଅପରାହ୍ନରେ  ବେଗୁନିଆ ଥାନା ଅନ୍ତର୍ଗତ ବଡପଦର ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟାନୁଷ୍ଠାନର ଉପସଭାପତି ପତିତପାବନ ବଳବନ୍ତରାୟ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ’’ ବସୁଧୈବ କୁଟୁମ୍ବକମ ‘’ଶୀର୍ଷକ ଆଲୋଚନା ଓ କବିତା ପାଠର ପ୍ରାରମ୍ଭରେ ଦେବେନ୍ଦ୍ର କୁମାର ଆର୍ଯ୍ୟ ମଙ୍ଗଳା ଚରଣ ପାଠ କରି  ବିଶ୍ୱର କଲ୍ୟାଣ କାମନା କରିଥିଲେ । ପରେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ସ୍ୱ ରଚିତ ଆବାହନୀ ସଙ୍ଗୀତ ଗାନ କରିଥିଲେ । ସମ୍ପାଦକ ଦିବାକର ସାହୁ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦେବା ଦେବା ସହ ଅନୁଷ୍ଠାନର ଗତ ଦ୍ୱିତୀୟ ବାର୍ଷିକ ଉତ୍ସବର ସଫଳତା ପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଏଥିରେ ବିଶିଷ୍ଟ ନାଟ୍ୟକାର ତଥା ପ୍ରାଣୀ ବିଜ୍ଞାନୀ  ଡଃ ବନବିହାରୀ ମହାପାତ୍ର ମୁଖ୍ୟ ଅତିଥି,ଆରିକମା ସରକାରୀ ହୋମିଓପାଥି ଚିକିତ୍ସାଳୟର ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସହନଶୀଳତା ଓ ଉଦାରତାଭାବ ପୋଷଣ କଲେ ବିଶ୍ୱ ଅହେତୁକ ଭୟ ଓ ଯୁଦ୍ଧ ଆଶଙ୍କାରୁ ମୁକ୍ତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ,କବି ଗୌର ଚରଣ ସାମନ୍ତସିଂହାର,ଗଙ୍ଗାଧର ଓଝା,ଗୌର ଚରଣ ଦାଶ,କବୟତ୍ରୀ ପ୍ରତିମା ପ୍ରଧାନ,ପ୍ରଭାତୀ ମହାପାତ୍ରପଣ୍ଡା,ଭାନୁମତୀ ଦାସ,ପ୍ରମୋଦିନୀ ଭଞ ,ମାନସୀ ଦାସ,ସମାଜସେବୀ ପ୍ରସନ୍ନ ବାରିକ,ପୂର୍ଣ୍ଣ ଚନ୍ଦ୍ର ପଣ୍ଡା,ମିହିର କୁମାର ଆଚାର୍ଯ୍ୟ,ବସନ୍ତ କୁମାର ହୋତା,ହରିବନ୍ଧୁ ପଣ୍ଡା,ବ୍ରଜବନ୍ଧୁ ପଣ୍ଡା,ପ୍ରସନ୍ନ କୁମାର ପୃଷ୍ଟି,ବସନ୍ତ କୁମାର ପୃଷ୍ଟି,  ପୂର୍ଣ୍ଣ ଚନ୍ଦ୍ର ବେହେରା,କାହ୍ନୁ ଚରଣ ବେହେରା,ଦୟାନିଧି ବେହେରା,ବିମ୍ବାଧର ମହାରଣା,ସୋମନାଥ ସାହୁ,ଶିକ୍ଷକ ବିଜୟ କୁମାର ପ୍ରଧାନ,ଜମ୍ବେଶ୍ୱର ମଙ୍ଗରାଜ,ପ୍ରଦୀପ ବଳିୟାରସିଂହ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।  ଶେଷରେ ଶିଳ୍ପୀ କଳ୍ପତରୁ ପଣ୍ଡା ଉଦଯାପନୀ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ  ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିଲେ ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts