Breaking News

ଜୟପୁର ଗ୍ରାମରୁ ୧ଲକ୍ଷ ୩୦ ହଜାର ଟଙ୍କା ବକେୟା ବିଦ୍ୟୁତ ଦେୟ ଅ୍ରାଦାୟ

ସାକ୍ଷୀଗୋପାଳ ---  ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ବିଦ୍ୟୁତ ଉପଖଣ୍ଡ ବିଭାଗ ପକ୍ଷରୁ ବକେୟା ଥିବା ବିଦ୍ୟୁତ ବିଲ ଆଦାୟ କରାଯାଉଛି । ପ୍ରଥମେ ପ୍ରଥମେ ଏହାକୁ ଜନସାଧାରଣ ଓ କେତକ ଗୋଷ୍ଠୀ ବିରୋଧ କରୁଥିଲେ । ମାତ୍ର ସମସ୍ତ ଘଟଣା ସମ୍ପର୍କରେ ବିଦ୍ୟୁତ ଉପଭୋକ୍ତାମାନେ ଜାଣିବା ପରେ ଏବେ ସ୍ୱଇଛାରେ ବକେୟା ଅର୍ଥ ପୈଠ କରୁଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଜୟପୁର ଗ୍ରାମରେ ବିଦ୍ୟୁତ ବିଭାଗର ଫୋଡେକୋ ଓ ଗ୍ରାମ ବାସୀଙ୍କ ମିଳିତ ସହଯୋଗରେ ଉକ୍ତ ଗ୍ରାମରୁ  ବକେୟା ଥିବା ୧ ଲକ୍ଷ ୩୦ ହଜାର ଟଙ୍କା ଆଦାୟ କରାଯାଇଥିବା ବିଭାଗୀୟ ଉପଖଣ୍ଡ ଅଧିକାରୀଙ୍କ ଠାରୁ ସୁଚନା ମିଳିଛି । ଏଥିରେ ସମ୍ପୁର୍ଣ୍ଣ ଭାବେ ଗ୍ରାମବାସୀ ମାନେ ସହଯୋଗ କରିଥିବାର ଜଣାପଡିଛି ।
ସାକ୍ଷୀଗେ।।ପଳରୁ ପୂର୍ଣ୍ଣନନ୍ଦ ତ୍ରିପାଠୀ 

Blog Archive

Popular Posts