ବରୀରେ ୭୧ ତମ ଜନରାଜ୍ୟ ଦିବସ ପାଳିତ
ବରୀ--- ବରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ୭୧ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି । ବରୀ ପଞ୍ଚାୟତ ସମିତି ପରିସରରେ ଅଧ୍ୟକ୍ଷା ସୁଭାସିନୀ ଶର୍ମା , ବରୀ ତହସିଲ ପରିସରରେ ବାର ଆସୋସିଏସନ ପକ୍ଷରୁ ପତାକା ଉତୋଳନକୁ ଭାରାପ୍ରାପ୍ତ ତହସିଲଦାର ପୁଷ୍ପଶ୍ରୀ ସାଣ୍ଡିଲ ପତାକା ଉତୋଳନ କରିଥିଲେ । ଏଥିରେ ବାର ଆସୋସଏସନ୍ ସଭାପତି ରାଜ କିଶୋର ସାମଲ, ଆଇନଜୀବି ତପନ କୁମାର ଜେନା, ଧିରେନ୍ଦ୍ର ସ୍ୱାଇଁ, ଗୁଣନିଧି ନାୟକ, ବାଞ୍ଛାନିଧି ସାହୁ, ଭବାନି ଶଙ୍କର ପଣ୍ଡା, ତପନ ସାହୁ, ହରିଶ ଧଳ ପ୍ରମୁଖ ଉପସ୍ଥିତ ରହି ଜାତୀୟ ସଙ୍ଗିତ ଗାନ କରିଥିଲେ । ସେହିପରି ବରୀ ଗ୍ରାମସ୍ଥିତ ମହେଶ୍ୱର ପାଠାଗାର ପରିସରରେ ବରିଷ୍ଠ ସାମ୍ବାଦିକ ବାଞ୍ଛାନିଧି ସାହୁ ପତାକା ଉତୋଳନ କରିଥିଲେ । ପ୍ରଗତି କ୍ଲବ, ଅଜାଣ ବନ ଶିକ୍ଷାଶ୍ରମ, ବିଧାନ ଚନ୍ଦ୍ର ଏକାଡେମି , ବରୀ ସବ୍ ରେଜିଷ୍ଟର ,ଜଳ ସମ୍ପଦ , ପଶୁ ଡାକ୍ତର ଖାନା, ଗୋପବନ୍ଧୁ ଚୈାଧୁରୀ ମହାବିଦ୍ୟାଳୟ, କାଶୀନାଥ ମହାବିଦ୍ୟାଳୟ, କାଦମ୍ବିନିପାଳ ମହିଳା ମହାବିଦ୍ୟାଳୟ, ସନ୍ଥନ ମହାବିଦ୍ୟାଳୟ,ବରୀ ଉପ ଡାକଘର ,ଅଜାଣସ୍ଥିତ ସହିଦ୍ ମାୟାଧର ଭୂର୍ୟା ସହିଦପୀଠ , କଳାମାଟିଆ ସହିଦ ସ୍ତମ୍ଭ ଓ ବରୀପାଳସ୍ଥିତ ସହୀଦ ସ୍ମୃତି ଭବନ ପରିସରରେ ଜାତୀୟ ପତାକା ଉତୋଳନ କରାଯାଇଥିଲା ।
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ
![]() |
Bari |