ପୁରୀ- କୋଣାର୍କ ବେଳାମାର୍ଗରେ ସଡକ ଦୁର୍ଘଟଣା ୧୫ରୁ ଅଧିକ ଯାତ୍ରୀ ଗୁରୁତର
କୋଣାର୍କ----- କୋଣାର୍କ- ପୁରୀ ରାସ୍ତରେ ଆଜି ପୁର୍ବାହ୍ନ ସମୟରେ ଚନ୍ଦ୍ରଭାଗାଠାରୁ ପୁରୀ ଆଡକୁ ୩ କିଲୋମିଟର ଦୂର ବେଳାମାର୍ଗରେ ପର୍ଯ୍ୟଟକ ବାହି ବସକୁ
ଯାତ୍ରୀବାହୀ ବସ ପଛରୁ ଧକ୍କା ହେବା ଫଳରେ ୧୫ଜଣ ଯାତ୍ରୀ ଗୁରୁତର ଆହତ ହୋଇଛିନ୍ତି । ଘଟଣାରୁ ପ୍ରକାଶ ଯେ କୋଣାର୍କରୁ ପୁରୀ ଅଭିମୁଖେ ଯାଉଥିବା ଶୋଳପୂଅ ମା ନାମକ ଏକ ଯାତ୍ରୀବାହୀ ବସ (ଓଆର ୧୩ ୯୬୦୬) କୋଣାର୍କ-ପୁରୀ ବେଳାମାର୍ଗରେ ଆୟୋଜିତ ଇକୋ ରିଟ୍ରିଟ ସମ୍ମୁଖସ୍ଥ ରାସ୍ତା କଡରେ ଛିଡା ହୋଇଥିବା ସାଇରାମ ନାମକ ଏକ ତ୍ରୀର୍ଥଯାତ୍ରୀ ବସ (ଓଡି ୨୯ ଜି ୦୫୧୫)କୁ ପଛରୁ ଧକ୍କା ଦେଇଥିଲା । ଫଳରେ ଶୋଳପୂଅ ମା ବସର ଚାଳକଙ୍କ ସମେତ ସମ୍ମୁଖ ସିଟିରେ ବସିଥିବା ଯାତ୍ରୀମାନେ ଦୂର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏସମ୍ପର୍କରେ ଖବର ପାଇ ଏନଡିଆରେଫେ ଟିମି, ରମ୍ପାହାର ଅଗ୍ନିଶମ କେନ୍ଦ୍ରର ଆଗ୍ନିକ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିରେ ଚିପିହୋଇ ରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରି କୋଣାର୍କ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଆଣିଥିଲେ । ଏଠାରେ ଡାକ୍ତର ନଥିବାରୁ ଦୂର୍ଘଟଣାଗ୍ରସ୍ତ ଯାତ୍ରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଡାକ୍ତରଖାନା ବାରଣ୍ଡାରେ ଛଟପଟ ହେଉଥିଲେ । ଷ୍ଟାପ ନର୍ସ, ଆଟେଣ୍ଡାଣ୍ଟ ଓ ସୁଇପରଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା ପରେ କୋଣାର୍କ ଥାନାଧିକାରୀ ରଞ୍ଜନ ମଲ୍ଲିକ ଆହତ ମାନଙ୍କୁ ପୋଲିସ ଜିପ ଓ ରମ୍ପାହାର ଅଗ୍ନିଶମ କେନ୍ଦ୍ରର ଗାଡିରେ ପୁରୀ ଓ ଗୋପକୁ ପଠାଇଥିଲେ । ଘଟଣା ସ୍ଥଳରେ କୋହି ମୃତାହତ ହୋଇ ନ ଥିବା ବେଳେ ୧୫ରୁ ଅଧିକ ଆହତ ହୋଇଥିବା ଡାକ୍ତରଖାନା ରେଜିଷ୍ଟରରୁ ଜଣା ପଡିଛି । ଯାତ୍ରୀବାହୀ ବସଟି ଦୃତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ବସକୁ ପଛରୁ ଧକ୍କା ଦେଇଥିବା ପ୍ରତକ୍ଷ୍ୟ ଦର୍ଶୀମାନେ କହିଛନ୍ତି । ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ପୋଲିସ ଜବତ କରି ଏକ ମାମାଲା ରୁଜୁ କରାଯାଇ ଥିବା ଜଣାଯାଇଛି ।
କୋଣାର୍କରୁ ଅଜିତ କୁମାର ମଲିକ

କୋଣାର୍କରୁ ଅଜିତ କୁମାର ମଲିକ