ଭାରତ ବିକାଶ ପରିଷଦ ପକ୍ଷରୁ ନର ନାରାୟଣ ସେବା
ସାକ୍ଷୀଗୋପାଳ ----- ଭାରତ ବିକାଶ ପରିଷଦର ସତ୍ୟବାଦୀ ଶାଖା ପକ୍ଷରୁ ଗବକୁଣ୍ଡ ହାଇସ୍କୁଲ ପରିସରରେ ନର ନାରୟଣ ସେବା କାର୍ଯ୍ୟକ୍ରମ କରାଯିବା ସହ କମ୍ବଳ ବଣ୍ଟନ କରାଯାଇଥିଲା ।ଏଥିରେ ରାୟଖଣ୍ଡି ଗ୍ରାମ ପଞ୍ଚାୟତର ହରିପୁର, ବଡେଇକେରା, ବିଲିପଡା, ରାୟଖଣ୍ଡି, ଗବକୁଣ୍ଡ, ବଡ ଡିହସାହି, ବିଲିପଡା, ହରିଜନସାହି, ସାଇଁତଳ ଓ ସୁଆଁଲେ ଗ୍ରାମର ପ୍ରାୟ ଶହେଜଣ ବୃଦ୍ଦ ବୃଦ୍ଧା ଯୋଗ ଦେଇଥିଲେ । ସେମାନଙ୍କୁ ଭୋଜନ ଦେବାସହ କମ୍ବଳ ପ୍ରଦାନ କରାଯାଇଥିଲା । ସତ୍ୟବାଦୀ ଭାରତ ବିକାଶ ପରିଷଦର ସଭାପତି ସତ୍ୟବାଦୀ ଦାଶ, ଅର୍ଥ ସଚ୍ଚିବ ନବଘନ ଶତପଥୀ ଓ ସୁନାକର ପତି କମ୍ବଳ ବଣ୍ଟନ କରିଥିଲେ । ବ୍ରଜ କିଶୋର ପାଇକରାୟ, ନରସିହ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଜୟଦେବ ମିଶ୍ର ଓ ସ୍ଥାନୀୟ ସରପଞ୍ଚ ବାସନ୍ତୀ ବେହେରା , କମଳା ଦାଶ, ବିଷ୍ଠୁ ମହାରଣା, ମୃତ୍ୟୁଞ୍ଜୟ ମହାପାତ୍ର, ବସନ୍ତ ସ୍ୱାଇଁ, ଉମାଶଙ୍କର ମିଶ୍ର, ଦେବରାଜ ପରିଡା, ସୁକାନ୍ତୀ ଦାସ, ସଦାଶିବ ପ୍ରଧାନ, ସୁକାନ୍ତ ବାରିକ କମଳା ଦାଶଙ୍କ ସହିତ ବିଦ୍ୟାଳୟର ସ୍ଳାଉଟ ଗାଇଢ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି