Breaking News

ତିର୍ତ୍ତୋଲରେ ସାଧାରଣତନ୍ତ୍ର ଦିବସ ପାଳିତ ଅବସସରେ ବିଭିନ୍ନ କାର୍ଯ୍ୟକ୍ରମ

କୁଜଙ୍ଗ----ତିର୍ତ୍ତୋଲର ବିଭିନ୍ନ ସ୍ଥାନରେ ସାଧାରାଣତନ୍ତ୍ର ଦିବସ ଉପଲକ୍ଷେ ପତାକା ଉତ୍ତୋଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍‌ଃିତ ହୋଇଯାଇଛି । ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି ପତାକା ଉତ୍ତୋଳନ କରିଥିଲେ । ତହସିଲ ପରିସରରେ ତହସିଲଦାର ସୁଜାତା ପାତ୍ର, ଗୋବିନ୍ଦପୁର ଶ୍ରୀରାମ ମଣ୍ଡପ ପରିସରରେ ଶ୍ରୀରାମ ସେବାସଂଘର ସଭାପତି ଭାସ୍କର ଚନ୍ଦ୍ର ନାୟକ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଇବ୍ରିସିଂ ପଞ୍ଚାୟତ ଖନ୍ଦୋଳ ସ୍ଥିତ ଗତେଶ୍ୱର ଯୁବ ପରିଷଦ ତରଫରୁ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ପରିଷଦର ସଭାପତି ସଂଗ୍ରାମ କେଶରୀ ସ୍ୱାଇଁ ସଭାପତିତ୍ୱ କରିଥିଲେ ।  ଅତିଥି ଭାବରେ ପ୍ରୀତିପୌର୍ଣ୍ଣମାସୀର ସମ୍ପାଦକ କୈଳାସ ଚନ୍ଦ୍ର ସାହୁ,ପୂର୍ବତନ ଜିଲାପରିଷଦ ସଭ୍ୟ ହେମନ୍ତ କୁମାର ନାୟକ, ସାହିତ୍ୟିକ ଶ୍ୟାମସୁନ୍ଦର ବେହେରା, ପରିଷଦର ସଭ୍ୟ ଅନିଲ କୁମାର ନାୟକ, ଗତେଶ୍ୱର ଦାସ, ଯଜ୍ଞଦତ୍ତ ୍‌ଦାସ, ବଳରାମ ଦାସ ପ୍ରମୁଖ ଉପସ୍ଥିତ ରହିଥିôଲେ । ବଡୋଲୋ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
  ଜଗତସିଂପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts