Breaking News

ପାଞ୍ଚଗଡ ମହୋତ୍ସବ କମିଟି ପକ୍ଷରୁ ରକ୍ତଦାନ ଶିବିର, ୨୫ ୟୁନିଟ ରକ୍ତ ସଂଗୃହୀତ

ବେଗୁନିଆ/ବୋଲଗଡ--- ବୋଲଗଡ ବ୍ଲକ ବଡକୁମାରୀ ପଞ୍ଚାୟତ ଠାରେ  ପାଞ୍ଚଗଡ ମହୋତ୍ସବ ତିନିଦିନ ଧରି ଚାଲିଛି ।  କମିଟି ପକ୍ଷରୁ  ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରୁ ମୋଟ ୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଛି ।ଏହି ରକ୍ତଦାନ ଶିବିରକୁ ମହୋତ୍ସବ କମିଟିର ଅଧ୍ୟକ୍ଷ ଡଃ ପ୍ରକାଶ କୁମାର ପ୍ରଧାନ,କାର୍ଯ୍ୟକାରୀ ସଭାପତି  ବସନ୍ତ ନାୟକ,ସାଧାରଣ ସମ୍ପାଦକ ସୁନନ୍ଦ ପ୍ରଧାନ,ସାଂସ୍କୃତିକ ସମ୍ପାଦକ ଗଣେଶ ପ୍ରଧାନ,କ୍ରୀଡା ସମ୍ପାଦକ ସନ୍ତୋଷ ପ୍ରଧାନ,ସମାଜସେବୀ ଦାମୋଦର ସାହୁ ,ଦେବୀ ପ୍ରସାଦ ପ୍ରଧାନ,ଦୁର୍ଗା ଦାସ ଓ ସାମ୍ବାଦିକ ନିରଞନ ନାୟକ ପ୍ରମୁଖ ଉଦଘାଟନ କରିଥିଲେ । ନୟାଗଡ ବ୍ଲଡ ବ୍ୟାଙ୍କର ଡାକ୍ତର ଡଃ ସଞୟ କୁମାର ଦାଶ,କାଉନସେଲର ଅଜୟ କୁମାର ପଟ୍ଟନାୟକ,ଲାବଟେକନିସିଆନ  ଅଭିମନ୍ୟୁ ସାହୁ,ରବୀନ୍ଦ୍ର ନାଥ ସାହୁ ଓ ସହାୟକ ପଞ୍ଚୁ ଦଳେଇ ପ୍ରମୁଖ ରକ୍ତ ସଂଗ୍ରହରେ ସହାୟତା କରିଥିଲୋ କାର୍ଯ୍ୟକ୍ରମକୁ ସମାଜସେବୀ ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିଲେ । ସର୍ବପ୍ରଥମେ ଦମ୍ପତି ପ୍ରେମାନନ୍ଦ ଦଳେଇ ଓ ସସ୍ମିତା ଦଳେଇ  ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ । ଏହି ଶିବିରରେ ଜୀବନ ଦାତାମାନେ ହେଲେ ବିଜୟ କୁମାର ପ୍ରଧାନ,ଗୋପାଳ ରଥ,ଦୀପକ ନାୟକ(କ),ସଂଯୁକ୍ତା ପ୍ରଧାନ,ଦେବାଶିଷ ନାୟକ,ଶାନ୍ତିଲତା ଦେଇ,ପ୍ରକାଶ କୁମାର ପଣ୍ଡା,ଦୀପକ କୁମାର ନାୟକ(ଖ),ତୁଷାରକାନ୍ତ ନାୟକ,ବସନ୍ତ କୁମାର ନାୟକ,ବଲ୍ଲଭ କୁମାର ପ୍ରଧାନ,ବିପିନ ବିହାରୀ ପ୍ରଧାନ,ପୂର୍ଣ୍ଣ ଚନ୍ଦ୍ର ଲେଙ୍କା,ଶେଷଦେବ ସ୍ୱାଇଁ,ସୁକାନ୍ତ କୁମାର ସ୍ୱାଇଁ,ଅର୍ପିତା ଶୁଭଦର୍ଶିନୀ,ପ୍ରଶାନ୍ତ କୁମାର ପ୍ରଧାନ,ଧନେଶ୍ୱର ନାୟକ,ନଳିନୀ ପ୍ରଧାନ,ପ୍ରମୋଦ କୁମାର ବେହେରା,ଅମରଲାଲ ତ୍ରିପାଠୀ,ରିନା ଦଳେଇ ଓ ମହେଶ୍ୱର ନାୟକ ପ୍ରମୁଖ ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts