Breaking News

ପୁରୀ ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ପଡିଆରେ ୭୧ ତମ ସାଧାରଣତନ୍ତ୍ର ଦିବସ


 J Sehti
Puri 
ପୁରୀ----ପୁରୀ ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ପଡିଆରେ ୭୧ ତମ  ସାଧାରଣତନ୍ତ୍ର  ଦିବସ   ଅବସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ  ପ୍ୟାରେଡ଼ରେ  ମୁଖ୍ୟଅତିଥି  ଭାବେ ପଞ୍ଚାୟତି ରାଜମନ୍ତ୍ରୀ ପ୍ରତାପ ଜେନା  ଜାତୀୟ  ପତାକା  ଉତ୍ତଳୋନ  କରିବା ସହ ସମ୍ମିଳିତ  ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ସଶସ୍ତ୍ର  ପୋଲିସ ବାହିନୀ, ଏନସିସି  ,ସ୍କାଉଟ ଓ ଗାଇଡ ପ୍ୟାରେଡ଼ରେ ଅଂଶଗ୍ରହଣ  କରି ଆକର୍ଷଣୀୟ ପ୍ୟାରେଡ଼  ପ୍ରଦର୍ଶନ   କରିଥିଲେ | ଏହାଛଡା ଏହି ଅବସରରେ ସଚେତନତା ରଥ,ରଙ୍ଗାରଙ୍ଗ ସାଂସ୍କୃତିକ  କାର୍ଯ୍ୟକ୍ରମ ପରିବେଷଣ ସହ ବିଭିର୍ନ ପ୍ରତିଯୋଗିତାରେ  ଭାଗନେଇଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ  କରାଯାଇଥିଲା ।  ଚଳିତବର୍ଷ ନୂତନ କରି ଇଣ୍ଡୋର ଷ୍ଟାଡିୟମ ରେ ପ୍ରଥମ କରି ସାଧାରଣ ତନ୍ତ୍ର ପାଳନ ହୋଇଥିବା ବେଳେ ବହୁସଂଖ୍ୟାରେ ସାଧାରଣ ଲୋକ ଏହି ଜିଲ୍ଲାସ୍ତରୀୟ ପ୍ୟାରେଡ଼ କୁ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ ।   
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts