ମାଘମେଳା ଷଷ୍ଠୀ ସନ୍ଧ୍ୟାରେ ୩ ଲକ୍ଷ ଭକ୍ତଙ୍କ ଭିଡ; ଅସ୍ଥାୟୀ କୁଡ଼ିଆ ଓ ହାଣ୍ଡିରନ୍ଧା ପ୍ରସ୍ତୁତିରେ ବ୍ୟସ୍ତ ଶ୍ରଦ୍ଧାଳୁ
କୋଣାର୍କ ---- ପବିତ୍ର ମାଘ ଶୁକ୍ଳ ଷଷ୍ଠୀ ସନ୍ଧ୍ୟାରୁ ଚନ୍ଦ୍ରଭାଗାଠାରେ ୩ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି । ଯେଉଁ ହାରରେ ଚନ୍ଦ୍ରଭାଗାକୁ ଲୋକଙ୍କ ସୁଅ ଛୁଟୁଛି, ସେଥିରୁ ଅନୁମାନ କରାଯାଉଛି ଯେ ଶ୍ରୀ ଜିୟୁମାନଙ୍କ ମହାସ୍ନାନ ବେଳକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୫ଲକ୍ଷରୁ ଅଧିକ ହେବ । ରିପୋର୍ଟ ଲେଖା ହେବା ବେଳକୁ ଚନ୍ଦ୍ରଭାଗା ମେଳା ପଡ଼ିଆ ଓ ବଜାର ସଂଲଗ୍ନ ସମୁଦ୍ର କୂଳ ଇଲାକା(ତଣ୍ଡା)ରେ ମୁଣ୍ଡଗୁଞ୍ଜିବା ପାଇଁ ଜାଗା ନ ଥିବା ଦେଖାଯାଇଛି । ଏତଦବ୍ୟତୀତ ଛୋଟାରାମ ବାବା ମଠ, ଜୟଦେବ ବାଟିକା, ବତୀଘର, କୋଣାର୍କର ଅବଧୂତ ମଠ, ନବଗ୍ରହ ପୀଠ, ସୂର୍ଯ୍ୟମନ୍ଦିରର ବେଢ଼ା ଚତୁପାଶ୍ୱର୍, ବସଷ୍ଟାଣ୍ଡ, କୋଣାର୍କ-ଚନ୍ଦ୍ରଭାଗା ରାସ୍ତା ଓ କୋଣାର୍କ-ପୁରୀ ବେଳାମାର୍ଗ ଉଭୟ ପାଶ୍ୱର୍ ଓ ଅଭୟାରଣ୍ୟ ଅଞ୍ଚଳରେ ଲୋକେ ଖୋଲା ଆକାଶ ତଳେ ଆଶ୍ରୟ ନେବା ଆରମ୍ଭ ହେବା ଦେଖାଯାଇଛି । ମେଳାପଡିଆକୁ ଯିବାବାଟରେ ଲୋକେ ଅଭୟ୍ୟାରଣ୍ୟରୁ ଜାଳସଂଗ୍ରହ କରି ନେଉଛନ୍ତି ।
ମେଳାପଡ଼ିଆରେ ଚାରିଆଡ଼େ ବାଉଁଶ କଣି, ନଡ଼ିଆବରଡ଼ା ଚାଞ୍ଚ ତାଳବରଡ଼ା, ପଲିଥିନ ଓ ପିନ୍ଧା ଲୁଗା ବ୍ୟବହାର କରି ଅସ୍ଥାୟୀ କୁଡ଼ିଆ ପ୍ରସ୍ତୁତ କରୁଛନ୍ତି । ବାଲୁକା ଶଯ୍ୟାରେ ଅସ୍ଥାୟୀ ଚୁଲି ପ୍ରସ୍ତୁତ କରି ଭାତ ଡ଼ାଲମା ରାନ୍ଧୁଛନ୍ତି । କେତେକ ଡ଼ାଲମାରେ ଲୁଣି ଶୁଖୁଆ ପକାଇ ସ୍ୱାଦଯୁକ୍ତ ଶୁଖୁଆ ଡ଼ାଲମା ପ୍ରସ୍ତୁତ କରୁଥିବା ଦେଖିବାକୁ ମିଲୁଛି । ସ୍ଥାନୀୟ ଲୋକେ ଶ୍ରଦ୍ଧାଳୁଙ୍କ ମାନଙ୍କ ପାଇଁ ଏକ ଅସ୍ତାୟୀ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରୀର ପସରା ଖୋଲିଛନ୍ତି । ଆଜି ପୂର୍ବାହ୍ନ ୧୦ଟାରୁ ମେଳାପଡ଼ିଆକୁ ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି । ଏହି ଦୃଷ୍ଟିରୁ ପ୍ରଶାସନର ସମସ୍ତ ପ୍ରକାର ଆକଳନକୁ ଭୂଲ ପ୍ରମାଣିତ କରି ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାବେଶ ହେବାରେ ଲାଗିଛି । ମେଳାପଡ଼ିଆରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଲୋକ, ପାନୀୟ ଜଳ, ଜାଳେଣି କାଠ, ସୂଚନା କେନ୍ଦ୍ର, ମନୋରଞ୍ଜନ, ପୁଲିସ ସୁରକ୍ଷା ପ୍ରଭୃତିର ବ୍ୟବସ୍ଥା କରାଯାଇଛି । କିନ୍ତୁ ମେଳାପଡ଼ିଆ ବାହାରେ ରାସ୍ତାକଡ଼ରେ ଆଶ୍ରୟ ନେଇଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ନ୍ୟୁନତମ ଆବଶ୍ୟକତାରୁ ବଞ୍ଚିତ ହୋଇଛନ୍ତି । ତୀର୍ଥ ପୁଷ୍କରିଣୀର ଉପଯୁକ୍ତ ଖନନ ଓ ଆବର୍ଜନା ସଫା କରାଯାଇ ନ ଥିବାରୁ ପୁଷ୍କରିଣୀ ପାଣିରୁ ଦୁର୍ଗନ୍ଧ ବାହାରୁଛି । ପୋଖରିରେ ପାଣି ମଧ୍ୟ ବହୁତ କମ ଅଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ପ୍ରଦୂଷିତ ଜଳରେ ସ୍ନାନ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ଶାନ୍ତିଶୃଂଖଳା ରକ୍ଷା ନିମନ୍ତେ ପୁରୀ ଏସ୍ପି ଡ. ଉମାଶଙ୍କର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶତାଧିକ ପୋଲିସ ଅଫିସରଙ୍କ ସମେତ ୩୦ପ୍ଲାଟୁନ ଫୋର୍ସ, ଡଗ୍ ସ୍କ୍ୱାର୍ଡ, ଟ୍ରାଫିକ୍ ପୋଲିସ, ଓଡ୍ରାଫ୍ ଟିମ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି । ପୁରୀ ଜିଲାପାଳ ବଲୱନ୍ତ ସିଂ, ଅତିରିକ୍ତ ଜିଲ୍ଳାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ, ଡିଆଇବି ଡିଏସପି ଉମାକାନ୍ତ ମଲ୍ଲିକ, କୋଣାର୍କ ଏନ୍ଏସି ନିର୍ବାହୀ ଅଧିକାରୀ ଏମ.ଶ୍ରୀନିବାସ, ସୂଚନା ଓ ଲୋକସଂପର୍କ ଅଧିକାରୀ ଗୁରୁବୀର ସିଂ, ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ପ୍ରମୁଖ ଉପସ୍ଥିତ ରହି ମେଳାର ପରିଚାଳନା କରୁଛନ୍ତି ।
କୋଣାର୍କରୁ ଅଜିତ କୁମାର ମଲିକ