ଛତ୍ରପଡା ସରକାରୀ ଉଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ
ବେଗୁନିଆ/ସିକୋ―ବେଗୁନିଆ ବ୍ଲକ ଅନ୍ତର୍ଗତ ବୋତଳମା ପଞ୍ଚାୟତର ଛତ୍ରପଡା ଉଚ୍ଚ ବିଦ୍ୟାଳୟ ୭୧ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି । ଏ ନେଇ କ୍ରୀଡା ଉତ୍ସବ ଶିକ୍ଷା କମିଟିର ସଭାପତି ତ୍ରିଲୋଚନ ବାଘସିଂହ ଅଧ୍ୟକ୍ଷତାା କରିଥିଲେ। ସଭାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୂର୍ଯ୍ୟକାନ୍ତ ବେହେରା, ପ୍ରଧାନଶିକ୍ଷକ ଫକୀରମୋହନ ବେହେରା ଓ ଶିକ୍ଷକ ବିପିନ ବିହାରୀ ପଣ୍ଡା ଅତିଥି ଭାବରେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ।ଶେଷରେ ଶିକ୍ଷୟିତ୍ରୀ କଳ୍ପନା ପାଟଯୋଶୀ ଧନ୍ୟବାଦ ଦେଇଥିଲେ ।
ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା