 |
Delang |
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ପୁରାତନ ବିଦ୍ୟାଳୟ ତଥା ଏøତିହ୍ୟ ସମ୍ପନ୍ନ ବହନ କରୁଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ବେରବୋଇ । ଏହି ବିଦ୍ୟାଳୟକୁ ଲାଗି ରହିଛି ବହ୍ମେଶ୍ୱର ପୋଖରୀ । ସେହି ପୋଖରୀ ହୁଡାରେ ଓ ବିଦ୍ୟାଳୟ ପାଖରେ ଜାତିର ପିତା ମହ୍ମାମାଗାନ୍ଧୀ ସପରିବାର ସହିତ ବିଭିନ୍ନ ଦେଶପ୍ରେମୀ ଓ ଜନନେତା ଏଠାରେ ସାତଦିନ ସାତରାତି ରହିଥିଲେ । ସେହି ପବିତ୍ର ମାଟିର ୨୦୦୧ ମସିହାର ପୁରାତନ ଛାତ୍ର ଛାତ୍ରୀ ମାନଙ୍କର ଏକ ବଂଧୁ ମିଳନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ୱମାଲ୍ୟ ଅର୍ପଣ କରାଯିବା ପରେ ବିଦ୍ୟାଳୟ ପରିସର ସଫେଇ କରାଯାଇଥିଲା । ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନରେବିଦ୍ୟାଳୟର ଉନ୍ନତି ପାଇଁ ଅନୁଦାନ ପ୍ରଦାନକରାଯାଇଥିଲା । ଏହି ବନ୍ଧୁ ମିଳନର ନେତ୍ୱତୃ ନେଇଥିଲେ ପ୍ରାକ୍ତନ ଶିକ୍ଷୟତ୍ରୀ ତଥା ଏହି ବିଦ୍ୟାଳୟର ଛାତ୍ରୀ କୁନ୍ତଳା କୁମାରୀ ବିଶ୍ୱାଳ, ପ୍ରାକ୍ତନ ମଣ୍ଡଳ ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ପ୍ରଧାନ, ପଦ୍ମଚରଣ ଜେନା ଓ ବର୍ତ୍ତମାନର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ଉପସ୍ଥିତ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସୌମ୍ୟରଞ୍ଜନ ମହାନ୍ତି, ପ୍ରଦୀପ୍ତ ବାରିକ, ପର୍ଶୁରାମ ବେହେରା, ରଞ୍ଜନ କୁମାର ରାଉତ, ସନ୍ତୋଷ ମହାପାତ୍ର, କୃଷ୍ଣଚନ୍ଦ୍ର ସ୍ୱାଇଁ ଓ ଦୁଜେଇ ପରିଡା ପ୍ରମୁଖ ଯୋଗଦେଇ ନିଜନିଜ ବିଦ୍ୟାଳୟ ସମୟର କଥାକୁ ମନେ ପକାଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି