 |
Delang |
ଡେଲାଙ୍ଗ --- ଡେଲାଙ୍ଗ ବ୍ଳକର ହୁମର ସେବା ସମବାୟ ସମିତି ଲିଃର ସରକାରୀ ଧାନ କ୍ରୟ କେନ୍ଦ୍ର ଆଜି ବିଧାୟକ ପ୍ରଦୀପ ମହାରଥୀଙ୍କ କରମଳରେ ଉଦଘାଟିତ କରିଛନ୍ତି । ସମିତିର ସଭାପତି ତଥା ପୁରୀ ନିମାପଡା ବ୍ୟାଙ୍କର ନିର୍ଦ୍ଦେଶକ ବୈରାଗୀ ଜେନା , ପୁରୀ- ନିମାପଡା ବ୍ୟାଙ୍କର ଶାଖା ପରିଚାଳକ ଲକ୍ଷ୍ମୀ ନାରାୟଣ ମିଶ୍ର, ସୁପରଭାଇଜର ପ୍ରଫୁଲ ସ୍ୱାଇଁ, ଶ୍ୟାମ ସୁନ୍ଦର ମୁଦୁଲି ଓ ସମବାୟ ସମିତିର ସମ୍ପାଦକ କମଳ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ ପ୍ରାୟ ୪ ଜଣ ଚାଷୀଙ୍କ ଠାରୁ ୧୮୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ଜଣାପଡିଛି । ଏଠାରେ ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୧୮୧୫ ଟଙ୍କା ରହିଥିବା ବେଳେ ଗ୍ରେଡ ଏ ମାନର ଧାନର କୁଇଣ୍ଟାଲ ଦର ୧୮୩୫ଟଙ୍କା ରହିଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି