Breaking News

ବରକେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ପକ୍ଷ ଦିବସ ପାଳିତ

ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କେନ୍ଦୀୟ ଉଦ୍ୟାନ ପରୀକ୍ଷଣ େକେନ୍ଦ୍ର ଆଇଗିଣିଆ, ଭୁବନେଶ୍ୱର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରର ମାନଙ୍କ ମଧ୍ୟରେ ବକ୍ୁତା, ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତା କରାଯାଇଥିଲା  । ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସ୍ୱଚ୍ଛତା ର‌୍ୟାଲି ଗ୍ରାମ ପରିକ୍ରମା କରାଯାଇଥିଲା  । ପରେ ପରେ ବିଦ୍ୟାଳୟ ପରିସରରେ ବିଭିନ୍ନ ଫଳ ବୃକ୍ଷ ରୋପଣ କରାଯାଇଥିଲା  । ବିଦ୍ୟାଳୟ ପରିସରରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନଙ୍କ ଦ୍ୱାରା ମାଲ୍ୟର୍ପଣ କରାଯାଇଥିଲା  । ଏହି ପରିପେକ୍ଷୀରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ କେନ୍ଦୀୟ ଉଦ୍ୟାନ ପରୀକ୍ଷଣ େକେନ୍ଦ୍ର ଆଇଗିଣିଆ, ଭୁବନେଶ୍ୱରର ପ୍ରଧାନ ବୈଜ୍ଞାନିକ ଡ. ପି. ଶ୍ରୀନିବାସ, ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀଙ୍ଗିରାଇ ମାଝୀ, ସଦସ୍ୟ ମନୋଜ କୁମାର ପଟ୍ଟନାୟକ ,  ପକୃତି ବନ୍ଦୁ ବିଶ୍ୱଜିତି ପରିଡା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲେଲିନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ  । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ  । ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବଲେ ଶିକ୍ଷକ ସୁଧୀର କୁମାର ଜେନା  । ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରଷ୍କାର ପ୍ରଦାନ କରିଥିଲେ  । ଶିକ୍ଷକ ମିଟୁ କିଶୋର ପ୍ରଧାନଙ୍କୁ ସ୍ୱଚ୍ଛତା ସଚେତନତା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁ କେନ୍ଦ୍ରୀୟ ଉଦ୍ୟାନ ବିଭାଗ ପକ୍ଷରୁ ସ୍ୱତନ୍ତ ଭାବେ ସମ୍ମାନୀତ କରାଯାଇଥିଲା  । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ପର୍ଶୁରାମ ସାହୁ, ବିରଞ୍ଚି ନାରାୟଣ ବରାଳ, ପୁରୁଷୋତ୍ତମ ନାୟକ ଓ ଶିକ୍ଷୟତ୍ରୀ ମଞ୍ଜୁଲତା ପ୍ରଧାନ, ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁବାଷ ଚନ୍ଦ୍ର ମହନ୍ତ, ଉଦ୍ୟାନ ବିଭାଗର କର୍ମଚାରୀ ଅଶୋକ କୁମାର ଦୁର୍ଗା, ଆଶିଷ ଚକବର୍ତ୍ତୀ, ଅମରଜିତି ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  ।
 D Senapati
Delang
 ଡେଲାଙ୍ଗରୁ  ଧୀରେନ୍ଦ୍ର ସେନାପତି

Blog Archive

Popular Posts