Breaking News

ମା ଜାଗେଶ୍ୱରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

 ସାକ୍ଷୀଗେ।।ପଳ ----ସତ୍ୟବାଦୀ ବ୍ଳକର ଅଳଗୁମ ଗ୍ରାମ ପଞ୍ଚାୟତର  ମା ଜାଗେଶ୍ୱରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ୨୧ତମ ଦିବାରାତି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା  । ପୂର୍ବତନ ସରପଞ୍ଚ ସଦାଶିବ ନୟକ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ  । ସ୍ୱର୍ଗତ ଖେଳାଳି ମହେଶ୍ୱର ପରିଡାଙ୍କ ମୃତ୍ୟୁ ପାଇଁ ଦୁଇ ମିନଟନିରବ ପ୍ରାର୍ଥନା କରାଯାଇଥିଲା  । ଏଥିରେ ୮ ଟି ଦଳ ଭାଗ ନେଇଥିଲେ  । ସଂଜୟ କୁମାର ବଳ, ପ୍ରଦିପ କୁମାର ବିଶ୍ୱାଳ, କାତ୍ତିର୍କ ବରାଳ, ଶ୍ରବଣ କୁମାର ପ୍ରଧାନ, ଲକ୍ଷ୍ମୀପ୍ରସାଦ ମିଶ୍ର ଖେଳ ପରିଚାଳନା କରିଥିଲେ  । କଣାସ ଟଇମ ଏ ବର୍ଷ ପାଇଁ ଚମ୍ପୟାନ ହୋଇଥିବା ବେଳେ ରନସ ଦଳ ଭାବେ ପୁରୀର ଶ୍ରୀକ୍ଷେତ୍ର ଟଇମ ହୋଇଥିଲା  । ଉଦଯାପନି ଉତ୍ସବରେ ଡ; ଯୋଗେନ୍ଦ୍ର ନାୟକ, ସତ୍ୟବାଦୀ ଥାନା ଅଧିକାରୀ ଶକୁନ୍ତଳା ପତି, ସେକେଣ୍ଡ ଅଫିସର ରବୀନ୍ଦ୍ର କୁମାର ନନ୍ଦ , ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ , ପ୍ରଶାନ୍ତ କୁମାର ବିଶ୍ୱାଳ, ନରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ରହି ଚମ୍ପିୟାନ ଓ ରନସ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା  ।
D Senapati
Sakhigopal
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି   

Blog Archive

Popular Posts