ଯୁବତୀଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର : ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
ବରଗଡ଼ --- ଯୁବତୀଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର : ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ.ପୁଣି ଏକ ଲଜ୍ଜା ଜନକ ଘଟଣା ପଦାକୁ ଆସିଛି । ନାରୀ ଜାତି ଏବେ ସାରା ରାଜ୍ୟରେ ସୁରକ୍ଷିତ ନୁହନ୍ତି ବୋଲି ବୁଦ୍ଧିଜୀବୀମାନେ କହନ୍ତି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଟେମରୀମାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ସେହି
ଗ୍ରାମର ଜଣେ ଝିଅଙ୍କ କ୍ଷତବିକ୍ଷତ ମୄତ ଶରୀର ମିଳିଛି। ଯୁବତୀ ଜଣକ ଅର୍ଧ ନଗ୍ନ ରହିଥିଲେ ।ପାରିପାର୍ଶ୍ବିକ ସ୍ଥିତି ଅନୁସାରେ ଲୋକଙ୍କ କହିବା ମୁତାବକ ଏହା ଏକ ଦୁଷ୍କର୍ମ ଓ ହତ୍ୟା ସନ୍ଦେହ କରାଯାଉଛି । ପାଇକମାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଟେମରୀମାଲ ଗାଁର ଧନୁର୍ଯ୍ୟ ଏଣ୍ଡଜାଙ୍କ ଝିଅ ଲୁଭାବତୀ ଏଣ୍ଡଜା ଶୁକ୍ରବାର ଦିନ ସନ୍ଧ୍ୟାରେ ଶୌଚ ହେବା ପାଇଁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ। ଏ ନେଇ ତାଙ୍କ ଘର ଲୋକ ପାଇକମାଲ ଥାନା ରେ ଗତ ସୋମବାର ଦିନ ଅଭିଯୋଗ କରିଥିଲେ। ଆଜି ସକାଳୁ ଗାଁ ର କିଛି ଲୋକ ସେଇ ରାସ୍ତା ଦେଇ ଶୌଚ ହେବା ପାଇଁ ଯାଉଥିବା ବେଳେ ଯୁବତୀଙ୍କ ମୃତଦେହ ପଡିଥିବାର ଦେଖିଥିଲେ ଏବଂ ଗାଁ ଲୋକଙ୍କୁ ଓ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଏବ
![]() |
Baragarh |
ବରଗଡ଼ରୁ ନବୀନ ଦାଶଙ୍କ ସହ ସ୍ଵଦିପ ଅଗ୍ରୱାଲଙ୍କ ରିପୋର୍ଟ