ମାଷ୍ଟର ମାଣିଆଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ; ଘାଟିକିଆ ବଜରଙ୍ଗ ବାଲି ଦଳ ବିଜୟୀ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗଡ ରେଙ୍ଗଲର ବାରାହୀ ମିନି ଷ୍ଠାଡିୟମ ପରିସରରେ ୩୧ ତମ ମାଷ୍ଟର ମାଣିଆଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆଜି ଥିଲା ତାର ତୁତୃୟ ଦିବସ । ଇଲେଭେନ ଷ୍ଟାର ତଳଖତା ସହିତ ଘାଟିକିଆର ବଜରଙ୍ଗବାଲି ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଖେଳ ଆରମ୍ଭ ହେବାର ୧୭ ମିନିଟିରେ ଘାଟଇକିଆ ଦଳର ଜର୍ସିନଂ ୮ବିକାଶ ନାୟକ ବିଜୟ ସୁଚକ ଗୋଲ ଦେଇଥିଲେ । ଘାଟିକିଆ ଦଳ ସେମି ପାଇନାଲକୁ ପ୍ରବେଶ କରିଛି ବୋଲି ଅନୁଷ୍ଠାନର ସଭାପତି ବିରଞ୍ଚି ନାରାୟଣ ସାମନ୍ତସିଂହାରଙ୍କ ଠାରୁ ସୁଚନା ମିଳିଛି । ଖେଳ ପରିଚାଳନା କରିଥିଲେ ରାମଚନ୍ଦ୍ର ମିଶ୍ର, ପ୍ରଫୁଲ ବେହେରା ଲାଇନ୍ସମ୍ୟାନ ସୌମ୍ୟ ପଟ୍ଟନାୟକ ଓ ଆଶୋକ ସ୍ୱାଇଁ ରହିଥିଲେ । ନାରାୟଣ ବେହେରା, ଚରଣ ବେହେରା, ହେମନ୍ତ ଫାଳକବିଭୁତି ସାମନ୍ତରା ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ପ୍ରଥମ ସେମିଫାଇନାଲ ମ୍ୟାଚ ୟୁନାଇଟେଡ କ୍ଳବ ଗଣ୍ଡରପୁର, କଟକ ବନାମ ଗୋଲଡେନ କ୍ଳବ ଅରଗୁଳ ଦଳ ମଧ୍ୟରେ ପ୍ରତିଯୋଗିତା ହେବ ବୋଲି ସମ୍ପାଦକ ଜଳନ୍ଧର ବେହେରାଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
![]() |
Delang |