ଅରୁଣ ବେହେରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଚମ୍ପିୟାନ ପାନବରଜ କ୍ରିକେଟ ଦଳ
ବେଗୁନିଆ/ସିକୋ--- ବେଗୁନିଆ ବ୍ଲକ ଅନ୍ତର୍ଗତ ଛତ୍ରପଡା ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ଅରୁଣ ବେହେରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟଟି ଏଲସିଏ ଡିଫେନସ୍ ଏକାଡେମୀ ଓ ଷ୍ଟ୍ରାଇକର କ୍ରିକେଟ ଆସୋସିଏସନ ଅଠରାଙ୍ଗର ସହଯୋଗରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି । ଗଉଡିଆପଡା ଦଳ ଓ ପାନବରଜ କ୍ରିକେଟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଗଉଡିଆପଡା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ଉଇକେଟ ହରାଇ ୧୩୬ ରନ ସଂଗ୍ରହ କରିଥିଲା । ପାନବରଜ ଦଳ ୪ ଉଇକେଟ ବିନମୟରେ ନିର୍ଦ୍ଧାରିତ ଓଭରରେ ୧୩୭ ରନ କରି ବିଜୟ ହାସଲ କରିଥିଲା । ମାନସ ବେହେରା ଓ ତପନ ଗୁମାନସିଂହ ଖେଳ ପରିଚାଳନା କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ସମାଜସେବୀ ସୁକିତ କୁମାର ବେହେରା ମୁଖ୍ୟ ଅତିଥି,ସିଲୁ ବଳିୟାରସିଂହ,କୁଳଦୀପ ପଟ୍ଟନାୟକ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ବିଜୟୀ ଚମ୍ପିୟାନ ଦଳକୁ ନଗଦ ୫ ହଜାର ଟଙ୍କା ଓ ସିଲକପ,ରନର୍ସ ଅପ ଦଳକୁ ୩ ହଜାର ଟଙ୍କା ଓ ଟ୍ରଫି ଅତିଥିମାନେ ପ୍ରଦାନ କରିଥିଲେ । ଶେଷରେ ସମ୍ପାଦକ ଜୟନ୍ତ ମାର୍ଥା ଧନ୍ୟବାଦ ଅର୍ପଣ କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା