 |
Delang |
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗଡ ରେଙ୍ଗଲର ବାରାହୀ ମିନି ଷ୍ଠାଡିୟମ ୩୧ ତମ ମାଷ୍ଟଣ ମାଣିଆଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଫୁଟବଲ ଖେଳାଳୀ ସୁମନ ପଟ୍ଟନାୟକ ଓ ଅନୁଷ୍ଠାନର ସଭାପତି ବିରଞ୍ଚି ନାରାୟଣ ସାମନ୍ତସିଂହାର , ଉପସଭାପତି ଅଜୟ ବିଶ୍ୱାଳ, ହେବନ୍ତ ସ୍ୱାଇଁ ପ୍ରଦୀପ ପ୍ରଜ୍ୱଳନ କରିବା ସହ ପତାକା ହଲାଇ ଖେଳ ଆରମ୍ଭ କରିଥିଲେ । ଉଦଘାଟନୀ ଦିବସରେ ଏସ ଏସ ସି ଖୋରଧା ଓ ଇଲେଭେନ ଷ୍ଠାର ତଳଖୋତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଇଲେଭେନ ଷ୍ଠାର ଦଳ ୧-୦ ଗୋଲରେ ବିଜୟୀ ହୋଇଥିଲେ । ଖେଳ ପରିଚାଳନା କରିଥିଲେ ଯଧିଷ୍ଠିର ବେହେରା, ଲାଇନ୍ସମ୍ୟାନ ପ୍ରଫୁଲ ବେହେରା ଓ ଆଶୋକ ସ୍ୱାଇଁ ରହିଥିଲେ । ହରିବଧଂ ସ୍ୱାଇଁ, ସୁଦାମ ଷଢ଼ଙ୍ଗୀ, ହାଡୁଲେଙ୍କା, ରମେଶ ସ୍ୱାଇଁ, ସୁକାନ୍ତ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ମହମଦିଆନ କ୍ଳବ କେରଙ୍ଗ ସହିତ ଗୋଲଡେନ କ୍ଳବ ଅରଗୁଳ ମଧ୍ୟମରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି