ସାଇଲୋ ଗ୍ରାମ ପଞ୍ଚାୟତ ହାଇସ୍କୁଲ ପ୍ରାଙ୍ଗଣରେ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ
କୁଜଙ୍ଗ---- କୁଜଙ୍ଗ ବ୍ଲକର ରାହାମା ସ୍ଥିତ ସାଇଲୋ ଗ୍ରାମପଞ୍ଚାୟତ ହାଇସ୍କୁଲ ପ୍ରାଙ୍ଗଣରେ ୧୯୮୧ମସିହା ବ୍ୟାଚ୍ଚ୍ର ପୁରାତନ ଛାତ୍ରଛାତ୍ରୀମାନଙ୍କର ବନ୍ଧୁମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ଅଧିକାରୀ ରମାକାନ୍ତ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଅବସରରେ ଶିକ୍ଷକ ଶ୍ରୀ ପଞ୍ଚନନ ଦାସ, ସୁରେନ୍ଦ୍ର ନାଥ ସ୍ୱାଇଁ, ଶରତ ଚନ୍ଦ୍ର ସାହୁ, କ୍ଷୀରୋଦ କୁମାର ଦାସ, ପ୍ରଦୀପ୍ତ କୁମାର ଦାସ ଓ ପିଅନ ବଳରାମ ଦାସଙ୍କୁ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସମ୍ମାନର ସହ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକାର୍ଯ୍ୟ ଆରମ୍ଭରେ ଦିବଂଗତ ଶିକ୍ଷକ ଓ ସହପାଠୀ ବନ୍ଧୁଙ୍କ ବିୟୋଗରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରା ଯାଇଥିଲା । ଦୀର୍ଘ ୪୦ବର୍ଷ ପରେ ଏହି ଉଚ୍ଚ ବିଦ୍ୟାଳୟର ୧୯୮୧ ମସିହା ବ୍ୟାଚ୍ଚ୍ର ପୁରାତନ ଛାତ୍ରଛାତ୍ରୀ ସମବେତ ହୋଇ ସ୍କୁଲ ଜୀବନର ସ୍ମୃତି ଚାରଣ କରିଥିଲେ । ସାମ୍ବାଦିକ ପଦ୍ମଲୋଚନ ଦାସ, ନୃସିଂହ ଚରଣ ସେନାପତି, ରବି ନାରାୟଣ ସାହୁ, ଶରତ ଚନ୍ଦ୍ର ଦାସ ଓ ସରୋଜ କୁମାର ଦାସ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅହ୍ଲାଦିନ, ଆଲୋକ, ପ୍ରଭାତି, ବିଭାରାଣୀ, ମିନର୍ଭା, କିରଣ, ସୁପର୍ଣ୍ଣା, ସରଳା, ସେବତି, ତର୍ପଣ, ଉମେଶ, ଅଭୟ, ଜିତେନ୍ଦ୍ର, ମନୋଜ, ନରେନ୍ଦ୍ର କୁମାର ସାହୁ ରବି ମହାନ୍ତି, ବିଭୁତି ଭୁଷଣ ବାରିକ, ବିଜୟ ପାତ୍ର, ପ୍ରସନ୍ନ ଦାସ, ପ୍ରତାପ କୁମାର ମହାପାତ୍ର, ଜ୍ୟୋତି ରଞ୍ଜନ ଦାସ, ପ୍ରକାଶ କୁମାର ମହାପାତ୍ର ଓ ଶରତ ଲେଙ୍କା ପ୍ରମୁଖ ଛାତ୍ରଛାତ୍ରି ଉପସ୍ଥିତ ରହି ନିଜର ପ୍ରିୟ ଗୁରୁଜୀଙ୍କୁ ସମ୍ମାନ ଜଣାଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ । ଶେଷରେ ବରିଷ୍ଠ ଆଇନଜୀବୀ ଶ୍ରୀ ଗଜେନ୍ଦ୍ର କୁମାର ବିଶ୍ୱାଳ (ଟୁନା) ଧନ୍ୟବାଦ ଅର୍ପଣ କରିଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
![]() |
jagasinghpur |