ମାଷ୍ଟର ମାଣିଆଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ; ଟ୍ରାଇବ୍ରେକରରେ ଅରଗୁଳ ବିଜୟୀ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗଡ ରେଙ୍ଗଲର ବାରାହୀ ମିନି ଷ୍ଠାଡିୟମ ୩୧ ତମ ମାଷ୍ଟର ମାଣିଆଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆଜି ଥିଲା ତାର ଦ୍ୱତୀୟ ଦିବସ । ମହମଦିଆନ କ୍ଳବ କେରଙ୍ଗ ସହିତ ଗୋଲଡେନ କ୍ଳବ ଅରଗୁଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସମୟ ସୀମା ମଧ୍ୟରେ କେହି କାହାକୁ ଗୋଲ ଦେଇ ପାରିନଥିଲେ । ଶେଷରେ ମ୍ୟାଚ ରେଫରୀଙ୍କ ନିସ୍ପତି ଅନୁଯାୟୀ ଟ୍ରାଇବ୍ରେକର ସାହାର୍ଯ୍ୟ ନିଆଯାଇଥିଲା । ଏଥିରେ ଅରଗୁଳ ଦଳ ୪-୩ ଗୋଲରେ ବିଜୟୀ ହୋଇ ସେମି ପାଇନାଲକୁ ପ୍ରବେଶ କରିଛି ବୋଲି ଅନୁଷ୍ଠାନର ସଭାପତି ବିରଞ୍ଚି ନାରାୟଣ ସାମନ୍ତସିଂହାରଙ୍କ ଠାରୁ ସୁଚନା ମିଳିଛି । , ଖେଳ ପରିଚାଳନା କରିଥିଲେ ପ୍ରଫୁଲ ବେହେରାଯ, ଲାଇନ୍ସମ୍ୟାନ ସୌମ୍ୟ ପଟ୍ଟନାୟକ ଓ ଆଶୋକ ସ୍ୱାଇଁ ରହିଥିଲେ । ରବି ସମାନ୍ତରାୟ, ହେମନ୍ତ ସ୍ୱାଇଁ, କିଶୋର ପଟ୍ଟନାକୟ, ସେମନ୍ତ ଫାଳକ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ଇଲେଭେନ ଷ୍ଟାର ତଳଖତା ସହିତ ଭୁବନେଶ୍ୱରର ବଜରଙ୍ଗବାଲି ଦଳ ମଧ୍ୟରେ ପ୍ରତିଯୋଗିତା ହେବ ବୋଲି ଉପସଭାପତି ଅଜୟ ବିଶ୍ୱାଳଙ୍କ ଠାରୁ ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି