Breaking News

କୋହାଲା ପାଗ ଦେଖି ଚାଷୀ ଚିନ୍ତାରେ

ସାକ୍ଷୀଗୋପାଳ------  ପାଣିପାଗ ସୁତ୍ରରୁ ଶୀତ ବଡିବ ଏବଂ କୋହାଲା ପାଗ ଲାଗି ରହିବ ବୋଲି ଘୋଷଣା କରିଛି  ।  ଶୁକ୍ରବାର ଆକାଶ ମେଘୁଆଛନ୍ନ ରହିବା ସହ ମଝିରେ ମଝିରେ ଝିପି ଝିପି ବର୍ଷା ହୋଇଛି । ଶନିବାର ଖରା ପାଗ ଥିଲେ ମଧ୍ୟ କୋହାଲ ପବନ ବୋହିବା ଯୋଗୁ ସତ୍ୟବାଦୀ ଅଞ୍ଚଳରେ ଚାଷୀ ମାନେ ଏବେ ଚିନ୍ତାରେ  । ଏପରିକି ଅନେକ ଚାଷୀଙ୍କର ଗହରିରେ ଧାନ ବିଲରେ ରହିଛି ।  କେତକ ଚାଷୀ ମାନେ ଟ୍ରାକ୍ଟଟର ଲୋକ ଲଗାଇ ବିଲରୁ ଧାନ ଆଣି ବାରିରେ ଗଦା ମାରୁଛନ୍ତି । ସେହିପରି କେତକ ଚାଷୀ ମାନେ ନିଜ ନିଜର ପିଲା ଛୁଆଙ୍କୁ ଧରି ମୁଣ୍ଡରେ ଧାନ କଳେଇ ବୋହୁ ଥିବା ଦେଖାଯାଇଥିଲା  । ସେହିପରି କେତକ ଚାଷୀ ମାନେ ନିଜ ଘର ଠାରୁ ବିଲ ଅଧିକ ଦୂରରେ ହୋଇଥିବାରୁ ସେମାନେ ଧାନ କଳେଇ ନ ଆଣି ପଲିଥିନି  ଧାନ ଗଦା ଘୋଡାଉଥିବା ଦେଖାଯାଇଛି । ଅନପକ୍ଷେ  ବାତ୍ୟାରେ ଗୁହାଳ ଗୁଡିକ  ଭାଙ୍ଗିଯାଇଛି । ଏ ପର୍ଯ୍ୟନ୍ତ ଲୋକମାନେ  ଗୁହାଳ ତିଆରି କରିନାହାନ୍ତି । ଗାଇ ଗୋରୁ ମାନେ ସେବେଠାରୁ ପଦାରେ ପଡିଛନ୍ତି । କୋହାଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଯୋଗୁ ବୁଡାବୁଢ଼ି ମାନେ ଶୀତବସ୍ତ ଖୋଜିବା ଆରମ୍ଭ କରିଛନ୍ତି । ବଜାରେ କମଳ, ଚଦର ସୁଇଟର ମୂଲ୍ୟ ବଡିଯାଇଥିବାର ଦେଖାଯାଇଛି  ।
 D Senapati
Sakhigopal 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts