Breaking News

ନୟାଗଡ ଜିଲ୍ଲା ମହୋତ୍ସବ ଉଦଘାଟିତ

ନୟାଗଡ଼---- ଆମ କଳା,ସଂସ୍କୃତି ଓ ପରମ୍ପରା ପାଇଁ ନୟାଗଡ଼ ଜିଲ୍ଲା ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି।କ୍ରୀଡ଼ା ଏବଂ ମନୋରଞ୍ଜନ କ୍ଷେତ୍ରରେ ଏହି ଜିଲ୍ଲା ଉତ୍କର୍ଷତା ବଜାୟ ରଖିଛି।ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ହୋଇଥିବା ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାକୁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ନୟାଗଡ଼ ବିଧାୟକ ତଥା ଉଚ୍ଚଶିକ୍ଷା, କୃଷି ଓ ପଶୁସମ୍ପଦ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଏବଂ ଜିଲ୍ଲା ବାହାରର କଳାକାରଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି। ଓରମାସ ତରଫରୁ ପଡିଥିବା ବିଭିନ୍ନ ଷ୍ଟଲଗୁଡିକୁ ଦେଖିବାକୁ ଭିଡ଼ ଜମୁଛି। ପ୍ରଥମ ଦିନରେ ପ୍ରବଳ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।


 S daealie
nayagarh
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts