 |
Baragarh |
ବରଗଡ଼ -----ବାଇକ ଉପରୁ ଖସି ବୃଦ୍ଧା ଗୁରୁତର ହୋଇପଡ଼ିଥିଲା ଜଣାପଡିଛି । ବରଗଡ଼ ଜିଲ୍ଲା ୫୩ନଂ ଜାତୀୟ ରାଜପଥ ତୃଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ରାସ୍ତା ଯୋଗୁଁ ସୋହେଲା ରୁ ବୁର୍ଲା ଅଭିମୁଖେ ଯାଉଥିବା ବାଇକ ଓଡ଼ି ୧୭ ଏ ୭୨୫୭ ଗାଡି ଉପରୁ ଅତାବିରା ବ୍ଲକ ତଥା ତହସିଲ ଛକରେ ଖସିପଡ଼ି ବୃଦ୍ଧା ସନ୍ତୋସିନୀ ଖମାରୀ(୫୫) ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଲୋକେ ତଥା ସମାଜ ସେବୀ ବିରେନ୍ଦ୍ର ପ୍ରସାଦ ମିଶ୍ର,ମନୀଷ ଅଗ୍ରୱାଲ,ଅଶ୍ୱିନୀ ପ୍ରଧାନ ନିକଟସ୍ଥ ଡାକ୍ତର ଖାନାକୁ ଏମ୍ବୁଲେନ୍ସ ଯୋଗେ ଗୁରୁତର ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ପଠାଇଥିଲେ। ବୃଦ୍ଧା ଜଣକ ନିଜର ସ୍ୱାସ୍ଥ୍ୟ ଠିକ ନଥିବାରୁ ନିଜ ଭାଇ ସହିତ ବୁର୍ଲା ବଡ଼ ଡାକ୍ତର ଖାନାକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଉଥିବା ବାଟରେ ଏହି ଦୁର୍ଘଟଣା ହେଇଥିଲା। ଅତାବିରା ଡାକ୍ତରଖାନାରେ ପ୍ରାରମ୍ଭିକ ଚିକିତ୍ସା ପରେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଥିବାର ଜଣାପଡ଼ିଛି।ଯାହାକି ଅଶୋକା ବିଲଡ଼କାନ ୫୩ଜାତୀୟ ରାଜପଥକୁ ସମ୍ପ୍ରସାରଣ କରିବାପାଇଁ ୨୦୧୪ମସିହାରେ ସମ୍ପୁର୍ଣ୍ଣ ନକରି ଟୋଲ ଆଦାୟ ଆରମ୍ଭ କରିଦେଇଥିଲା।କିନ୍ତୁ ସମସ୍ତ ରାସ୍ତା,ଡ୍ରେନେଜ,ପାର୍କିଂ ବ୍ୟବସ୍ଥା, ସର୍ଭିସ ରୋଡ଼ରେ ଚଳତି କରଣ, ଟ୍ରାଫିକ ବ୍ୟବସ୍ଥା ନକରିବାରୁ ଏଭଳି ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗି ରହିଛି।ଯାହାକି ଏହି ନିମ୍ନ ମାନର ରାସ୍ତାକୁ ନେଇ କିଭଳି ଭାବେ ଲୋକେ ଯାତାୟତ କରିବେ ଓ ଦୁର୍ଘଟଣା ଗୁଡିକ କିପରି ହ୍ରାସ ପାଇବ ଏଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ସ୍ବଦିପ ଅଗ୍ରୱାଲଙ୍କ ରିପୋର୍ଟ