Breaking News

ରାସ୍ତା ମରାମତି କାର୍ଯ୍ୟ ଏକମାସ ନପୁରୁଣୁ ପିଚୁ ଉଠିଗଲା

 P mohapatra
Jagasinghpur
କୁଜଙ୍ଗ--- କୁଜଙ୍ଗ ବ୍ଲକ ଅନ୍ତର୍ଗତ ତିର୍ତୋଲ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧିନରେ ଥିବା ରାହାମା ଠାରୁ ଗୋବର୍ଦ୍ଧନପୁର ପର୍ଯ୍ୟନ୍ତ ରାସ୍ତାର ଖୋସାଲପୁର ଠାରୁ ୩ କି.ମି. ପର୍ଯ୍ୟନ୍ତ ରାସ୍ତା ମରାମତି ଓ ପିଚୁକାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଜନସାଧାରଣ ଅଭିଯୋଗ ହୋଇଛି  । ଏହି ୩ କି.ମି. ରାସ୍ତାର ପ୍ରାୟ ୧ କି.ମି. ପର୍ଯ୍ୟନ୍ତ ରାସ୍ତାର ପୁର୍ବ ପିଚୁ ଉପରେ ନାମକୁ ମାତ୍ର ପିଚୁ ମିଶା ବଜୁରି ସାମାନ୍ୟ ପକାଇ କାମ କରାଯାଇଛି । ଅବଶିଷ୍ଟ ୨ କି.ମି. ଗୋବର୍ଦ୍ଧନପୁର ପର୍ଯ୍ୟନ୍ତ ରାସ୍ତାରେ ପୁରୁଣା ପିଚୁକୁ ଖନନ କରନଯାଇ କିମ୍ବା ଆବଶ୍ୟକ ପରିମାଣରେ ମେଟାଲ ବିଛା ନଯାଇ କ୍ରସର ଏରିଆରୁ ଚିପ୍ସ ଗୁଣ୍ଡ ଠିକାଦାର ଆଣି ଏହି ରାସ୍ତାରେ ବିଛାଇ ତା ଉପରେ ପିଚୁମିଶା ବଜୁରି ଢାଳି ବିଲ୍ କରିନେଇଥିବା  ସ୍ଥାନିୟ ଲୋକମାନେ କହନ୍ତି  । ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ବିଭାଗୀୟ ଯନ୍ତ୍ରୀ କିମ୍ବା ଏସ.ଡି.ଓ. ଦିନେ ହେଲେ ଆସିନଥିବା ଲୋକମାନେ କହନ୍ତି  । ୩ କି.ମି. ରାସ୍ତାର ମରାମତି ଓ ପିଚୁ କାମ ପାଇଁ ୩୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟ ବରାଦ ହୋଇଛି  । ମାତ୍ର  ବାସ୍ତବରେ ଏକ ତୃତୀୟାଂଶ ଅର୍ଥ ଏହି ରାସ୍ତା ପାଇଁ ଖର୍ଚ୍ଚ ହୋଇ ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବ୍ୟବସାୟିକ କେନ୍ଦ୍ରସ୍ଥଳୀ ରାହାମା ବଜାରକୁ ନିୟମିତ ହଜାର ହଜାର ଜନସାଧାରଣ ଦୈନିକ ଗାଡି ମୋଟରରେ ଏହି ରାସ୍ତାରେ ଯାଆ ଆସ କରିଥାନ୍ତି । ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଯଥାପୂବଂ ତଥା ପର ଅବସ୍ଥାକୁ ଏହି ରାସ୍ତା ଆସିଯାଇଛି ।  ରାସ୍ତାରେ ଅଧିକାଂଶ ସ୍ଥାନରେ ଗାତ ସୃଷ୍ଠ ହେବା ସହ  ନୂତନ ପିଚୁ ପରସ୍ତ ପରସ୍ତ ଉଠି ଗଲାଣି । ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ବିଭାଗ ତରଫରୁ  କୌଣସି ସୁଚନା ଫଲକ ଲଗାଯାଇ ନାହିଁ  ।   ଖୋସାଲପୁର ଠାରୁ ଗୋବର୍ଦ୍ଧନପୁର ପର୍ଯ୍ୟନ୍ତ ହୋଇଥିବା ଆର ଏଣ୍ଡ ବି ର ଏହି ରାସ୍ତା ମରାମତି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଏବେ ତଦନ୍ତ ସାପେକ୍ଷ ହୋଇପଡିଛି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts