 |
Delang |
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ବିଜୁ ପଟ୍ଟାନୟକ ସମ୍ମଳନୀ କକ୍ଷରେ ପଞ୍ଚମ ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାତୟ ସମିତିର ଅଧ୍ୟକ୍ଷ ପ୍ରସନ୍ନ ସାହୁଙ୍କ ଅଧ୍ୟକ୍ଷତା କାରିଥିବା ବେଳେ ବିଡିଓ କ୍ଷୀରୋଦ୍ର ପ୍ରଧାନ ସଭାକାର୍ଯ୍ୟ ଆଗେଇ ନେଇଥିଲେ । ବୈଠକ ଆରମ୍ଭରୁ ବ୍ଳକ ଗ୍ରାମ ପଞ୍ଚାୟତ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ସେଠୀ ପୂର୍ବ ବୈଠକର ବିବରଣୀ ପାଠ କରିବା ସହ ତାହା ବୈଠକରେ ଗୃହୀତ କରାଇଥିଲେ । ଅନୁଷ୍ଠିତ ବୈଠକରେ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରଦୀପ ମହାରଥୀ ଯୋଗଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କେ ଆଲେଚନା କରିଥିଲେ । ବିଶେଷ କରି ବିଜେଡି ସରକାରଙ୍କ ତଥା ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଆଲେଚନା କରିଥିଲେ । ବୈଠକରେ ଗୁଆଳିପଡା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ବାସୁଦେବ ଜେନା ଅଭିଯୋଗ ଆଣିଥିଲେ ଯେ ପଞ୍ଚାୟତ ସମିତିରେ କରାଯାଉଥିବା ଆଲେଚନା ବା ନିସ୍ପତି କାର୍ଯ୍ୟକାରୀ କରାଯାଉନାହିଁ । ତା ହେଲେ କ’ଣ ପାଇଁ ଏଠାରେ ନିସ୍ପତି ଗ୍ରହଣ କରାଯାଉଛି । ୧୭-୫-୧୭ରେ ଅନୁଷ୍ଠିତ ବୈଠକରେ ନିସ୍ପତ୍ତି ଗ୍ରହଣ କରାଯାଇଥିଲା ଯେ କୌଣସି କାର୍ଯ୍ୟ ଆଭା ପରିସରରେ ବ୍ଳକ ତରଫରୁ କରାଯିବ ନାହିଁ ବୋଲି ନିସ୍ପତି ଗ୍ରହଣ କରାଯାଇଥିଲା । ମାତ୍ର କାହା ସ୍ୱାର୍ଥରେ ସେଠାରେ କରାଯାଉଛି ବୋଲି ସେ ପ୍ରଶ୍ନ ଉଠାଇଥିଲେ । ଅନ୍ୟ ପକ୍ଷେ ଅଧିକାରୀ କହିଥିଲେ ଯେ ପୁରୀ ଜିଲ୍ଲାପାଳ ଏହା କରୁଛନ୍ତି । ସମିତିସଭ୍ୟ କହିଥିଲେ ଯେ ଯେଉଁଠି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନିର୍ଯ୍ୟାତିତ କରାଯାଉଛି ସେଠାରେ ଦିବ୍ୟାଙ୍ଗ ମାନଙ୍କର କାର୍ଯ୍ୟକ୍ରମ କରିବା ପାଇଁ ଜିଲ୍ଲାପାଳ ଅନୁମତି ଦେଇଥିବାରୁ ତାଙ୍କୁ ସ୍ୱାଗତ କରିଥିଲେ ଶ୍ରୀ ଜେନା । ଏଥିରେ ବିଧାୟକ ହସ୍ତକ୍ଷେପ କରି ତୁରନ୍ତ ଏହାର ଏକ କିତା ନକଲ ଜିଲ୍ଲାପାଳଙ୍କୁ ଦେବାପାଇଁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ପକ୍ଷେ ବ୍ୟାଙ୍କରେ ଥିବା ସୁଧ ଟଙ୍କାରେ ପଞ୍ଚାୟତ ସମିତିର ବୈଠକ ଗୃହର ଉନ୍ନୟନ ମୁଳକ କାର୍ଯ୍ୟ କରାଯିବା ପାଇଁ ନିସ୍ପତି ଗ୍ରହଣ କରାଯାଇଛି । ସେହିପରି ବେରବୋଇ ସମିତିସଭ୍ୟ ଅଭିମନ୍ୟୁ ରାଉତ ପଞ୍ଚାୟତରେ ୬୦ ଲକ୍ଷ ଟଙ୍କା ପଡି ରହିଥିବା ସମ୍ପର୍କେ କହିଥିଲେ । ଜେନାପୁର ସମିତିସଭ୍ୟ ପ୍ରଭାତ କୁମାର ଜେନା ଦେପୁର ଶାସନରେ ବାତ୍ୟାରେ ନଡିଆ ଗଛ ଭାଙ୍ଗିଥିଲେ ମଧ୍ୟ ଉଦ୍ୟାନ ବିଭାଗ ପକ୍ଷରୁ ଜଣଙ୍କର ଭଙ୍ଗା ତାଳିକାରେ ନାମ ସ୍ଥାନ ପାଇନାହିଁ ବୋଲି ଦର୍ଶାଇଥିଲେ । ସେହିପରି ଯୋରକଣିକୁ ରାସ୍ତାର ଅର୍ଥ, ଗୁଆଳିପଡା ସରପଞ୍ଚ କାଳନ୍ଦୀଜେନା ବ୍ଳକରେ ବିଲ ଲୋକଙ୍କୁ ମିଳିବାରେ ଡେରି ହେଉଛି ବୋଲି ଅଭିଯୋଗ ଆଣିଥିଲେ । ମୁନିଦା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୁର୍ଗା ଚରଣ ରାଉତରାୟ କହିଥିଲେ ପଞ୍ଚାୟତରେ ସମିତିସଭ୍ୟ ମାନଙ୍କୁ ବିଶେଷ କରି ପଚାରାଯାଉନାହିଁ । ଚାଇଁପୁର ସରପଞ୍ଚ ପ୍ରଦ୍ନମ୍ୟୁ ପରିଡା ଏନଆରଜିଏସ ଯୋଜନା ସମ୍ପର୍କରେ ଥିବା ଅର୍ଥ କାର୍ଯ୍ୟ କରିବା ସମ୍ପର୍କେ ଆଲେଚନା କରିଥିଲେ । ସେହିପରି ଯୋରକଣିକୁ ଦୟାନଦୀରେ ଦୁଇବର୍ଷ ତଳେ କରିଥିବା ଅସ୍ତାୟୀ ରାସ୍ତା ଅର୍ଥ ଏପର୍ଯ୍ୟନ୍ତ ମିଳିନାହିଁ ବୋଲି ସମିତିସଭ୍ୟା ଅଭିଯୋଗ ଆଣିଥିଲେ । ରେଞ୍ଚ ଗ୍ରାମ ପଞ୍ଚାୟତରେ ସମିତିସଭ୍ୟ ପ୍ରସାଦିଣୀ ଦୟାଣା ମାଟି କାମ କରି ଅର୍ଥ ପାଇ ନଥିବା ଅଭେିଯାଗ ଆଣିଥିଲେ । ବିଶେଷ କରି ଡେଲାଙ୍ଗ ବ୍ଳକରେ କାମ କରି ଅର୍ଥ ପାଉନଥିବା ଜନପ୍ରତିନିଧି ମାନେ ଅଭିଯୋଗ ଆଣିଥିଲେ । ଶେଷରେ ବିଧାୟକ ଶ୍ରୀ ପ୍ରଦୀପ ମହାରଥୀ କହିଥିଲେ ୨୦୨୦ରେ ସମସ୍ତେ ଆଗେଇ ଆସ ମୋ ହାତ ସହିତ ହାତ ମିଳାଅ ଡେଲାଙ୍ଗର ଉନ୍ନତି କରିବା । ନୂତନ ବର୍ଷରେ ଡେଲାଙ୍ଗ ବ୍ଳକରେ ଅନ୍ୟାୟକୁ କଦାପି ବରଦାସ୍ତ କରାଯିବ ନାହିଁ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି