>>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ;ଯୋଗଦେଲେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ୍‌ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କଲେ
  • ମହା ଆଡମ୍ବରରେ ପାଳିତ ହୋଇଯାଇଛି ମାତୃପୁରୀର ରଜତ ଜୟନ୍ତୀ


    N Das
    Baragarh
     ବରଗଡ଼_--- ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ଲାଦେର ପାଲି ମାତୃପୁରୀ  ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨୫ବର୍ଷ ପୂର୍ତ୍ତି ଅବସରରେ ରଜତ ଜୟନ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମଶାଲ ସହ କଳସଯାତ୍ରା ହୋଇଥିଲା । ଅତାବିରାର ଇଷ୍ଟ ଦେବୀ  ମା ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା ପୂର୍ବକ  ଶହ ଶହ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ,ଅଭିଭାବକ ଅଭିଭାବିକା ଓ ଅତିଥି ମାନଙ୍କ ଗହଣରେ ନଗର ପରିକ୍ରମା କରି କଳସ ଓ ମଶାଲ ଆସି ସ୍ଥାନୀୟ ମାତୃପୁରୀ ନିକଟସ୍ଥ ତଥା ଏଫସିଆଇ ପଛପାଖ ପଡିଆକୁ ପହଞ୍ଚିଥିଲା। ସେଠାରେ ଅଖଣ୍ଡ ଦ୍ବୀପ ପ୍ରଜ୍ଵଳନ,ଆଧ୍ୟାତ୍ମିକ ପତାକା ଉତ୍ତୋଳନ ଓ ମାର୍ଚ୍ଚ ପାଷ୍ଟ ପରେ ରଜତ ଜୟନ୍ତି ଉତ୍ସବ ଉଦଘାଟନ ଅତିଥି ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା ।  ଉଦଘାଟନୀ ଉତ୍ସବର ପ୍ରଥମ ଅଧିବେଶନରେ ଶିକ୍ଷକ ସରୋଜ କୁମାର ରଥ ସଂଯୋଜନା କରିଥିଲେ ।  ଆବାହନି ସଙ୍ଗୀତ ସହ ସ୍କୁଲ ପରିଚାଳନା କମିଟିର ସଂପାଦକ ତଥା ସମାଜସେବୀ କୃଷ୍ଣଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବାବେଳେ ଶିକ୍ଷକ ନିରଞ୍ଜନ ପଶାୟତଙ୍କ ଦ୍ଵାରା ଅତିଥି ପରିଚୟ ପ୍ରଦାନ କରିଥିଲେ । "ଦିବ୍ୟ ପ୍ରଭା"ସ୍ମରଣିକା ଉନ୍ମୋଚନ ହୋଇଥିଲା ।  ସ୍କୁଲ ଅଧ୍ୟକ୍ଷ ଟିକେଲାଲ ଚାନ୍ଦ ୨୫ବର୍ଷ ବିବାରଣୀକୁ ଉପସ୍ଥାପନ କରିଥିଲେ। ଅପରାହ୍ନ ଅଧିବେଶନରେ ଛାତ୍ରଛାତ୍ରୀ ମାନଙ୍କ ମୁକ୍ତ ଆଲୋଚନା ଭାଗରଥୀ ମହାପାତ୍ର ଆଲୋଚକ ଭାବେ ଅଂଶ ଗ୍ରହଣ କରିଥିଲେ ।  ରମେଶ ଚନ୍ଦ୍ର ସାହୁ ସହଯୋଗ କରିଥିଲେ। ପୂର୍ବରୁ ହେଇଥିବା ବିଭିନ୍ନ ପ୍ରତିଯୋଗିତାରେ ୩୦୦ରୁ ଉର୍ଦ୍ଧ୍ବ କୃତିତ୍ୱ  ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଉଦଯାପନୀ ଉତ୍ସବରେ  ବରଗଡ଼ ସାଂସଦ ସୁରେଶ ପୁଝାରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଅବସର ପ୍ରାପ୍ତ ରାଜନୀତି ବିଜ୍ଞାନର ଅଧ୍ୟାପକ ସୁବୋଧ ଚନ୍ଦ୍ର ବାରିକ,ସ୍କୁଲ ପରିଚାଳନା କମିଟିର ସମ୍ପାଦକ ତଥା ସମାଜସେବୀ କୃଷ୍ଣଚନ୍ଦ୍ର ପ୍ରଧାନ,ସ୍କୁଲ ଅଧ୍ୟକ୍ଷ ଟିକେଲାଲ ଚାନ୍ଦ ପ୍ରମୁଖ ସମ୍ବାନୀତ ଅତୀଥି ଭାବେ ଯୋଗ ଦେଇଥିଲେ । ସ୍କୁଲ ପରିଚାଳନା କମିଟିର ସଭାପତି ଏହାକୁ ସଭାପତିତ୍ୱ କରି କାର୍ଯ୍ୟକ୍ରମ ଆଗେଇ ନେଇଥିଲେ। ରଜତ ଜୟନ୍ତି ଉତ୍ସବରେ ଶିକ୍ଷକ ବବୃ ବାହନ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।ପରିଶେଷରେ ପୂର୍ବତନ ଛାତ୍ରଛାତ୍ରୀ ତଥା ଚଳିତ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା।
    ବରଗଡ଼ରୁ ନବୀନ ଦାଶଙ୍କ ସହ ସ୍ୱଦୀପ ଅଗ୍ରୱାଲଙ୍କ ରିପୋର୍ଟ

    Blog Archive

    Popular Posts