Breaking News

ନେଉଳା ଗ୍ରାମରେ ଗାୟତ୍ରୀ ମହାଯଜ୍ଞ

ବରୀ----ଯାଜପୁର ଜିଲ୍ଲା ବରୀବ୍ଲକ ଅନ୍ତର୍ଗତ ଚରମ୍ପା ପଞ୍ଚାୟତ ନେଉଳା ଗ୍ରାମରେ ଥିବା ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର  ପରିସରରେ ଆଜି ବିଶ୍ୱ ଶାନ୍ତି ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ରିତି ନୀତି ଅନୁଯାଇ ପୂଜକ ଚନ୍ଦ୍ରଭାନୁ ପଣ୍ଡା ଓ ଜିତେନ୍ଦ୍ର ପଣ୍ଡା ପୂଜାପାଠ କରିବା ସହିତ ଯଜ୍ଞ ପରିଚାଳନା କରିଥିଲେ । ଦିନ ତମାମ ଗାୟତ୍ରୀ ମନ୍ତ୍ରରେ ନେଉଳା ଗ୍ରାମ ପ୍ରକମ୍ପିତ ହେଉଥିଲାବେଳେ ଚତ୍ରୁପାଶ୍ୱର୍ରେ ଆଧ୍ୟାତ୍ମକ ବାତାବରଣ ସୃଷ୍ଟି ହୋଇଥିଲା । ଜୀବ ଜଗତର ଶାନ୍ତି ପାଇଁ ଯଜ୍ଞ କୁଣ୍ଡରେ ଘୃତାହୁତି କରାଯାଇଥିଲା । ଗାୟତ୍ରୀ ମନ୍ତ୍ର ୧୦୮ ଓ ଗୀତା ପାଠ କରାଯାଇଥିଲା । ଆଖପାଖ ଗାଁର ଶ୍ରଦ୍ଧାଳୁ ଏହି ଯଜ୍ଞ ନିକଟରେ ଉପସ୍ଥିତ ରହି ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା କରିଥିବାର ଦେଖିବାକୁ ମିଳିଥିଲା । ଏଥିରେ ରବି ନାରାୟଣ ମୁଦୁଲି,ଶାରଦା ପ୍ରସାଦ ଦାସ, ଗଙ୍ଗାଧର ବେହେରା,ନାରଣ ବେହେରା, ବଳରାମ ବେହେରା,କାହ୍ନୁ ଚରଣ ସେଠୀ,ଅଶୋକ କୁମାର ଦାସ,ମହେଶ୍ୱର ବେହେରା,ମାନସ ମୁଦୁଲି, ଧିରେଶ ମୁଦୁଲି ପ୍ରମୁଖ ଗ୍ରାମବାସୀ ସହ ଯୋଗ କରିଥିଲେ ।
 ଯାଜପୁର ଓ ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
D bhera
bari

Blog Archive

Popular Posts