 |
Sakhigopal |
ସାକ୍ଷୀଗୋପାଳ ---- ସତ୍ୟବାଦୀ ବିଜେପି ମଣ୍ଡଳ ସ୍ତରୀୟ ନାଗରିକ ସଂଶୋଧନ ଅଧିନିୟମ ସମ୍ପର୍କରେ ଏକ କର୍ମଶାଳା ସାଣ୍ଢରା ଗ୍ରାମ ପଞ୍ଚାୟତର ନୀଳକଣ୍ଠେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅଳଗୁମ ମଣ୍ଡଳ ସଭାପତି ସୁରେନ୍ଦ୍ର କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ । ବିଜେପି ନେତା ଓମ ପ୍ରକାଶ ମିଶ୍ର ଯୋଗଦେଇ ବିଜେପି ସରକାରଙ୍କ ସମୟରେ ନିଆଯାଇଥିବା ନାଗରିକ ସଂଶୋଧନ ଅଧିନିୟମ ସମ୍ପର୍କରେ ବିସ୍ତୁତ ଆଲେଚନା କରିଥିଲେ । ସେହିପରି ସତ୍ୟବାଦୀରେ ବ୍ଳକରେ ଚାଲିଥିବା ପିୟାପୀତି ତୋଷଣ ଓ ଦୁର୍ନୀତି ସହ ବାତ୍ୟାରେ ଅନିୟମିତାତା ପ୍ରସଙ୍ଗ ଦୀପକ ଶତପଥିୀ ଉଠାଇଥିଲେ । ଉପସ୍ଥିତ ଥିବା ଅଳଗୁମ ମଣ୍ଡଳର ୪୬ ଗୋଟି ବୁଥର ସଭାପତିଙ୍କ ସହିତ ମଣ୍ଟୁହୋତା, ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ କୁନା ନନ୍ଦ ପ୍ରମୁଖ ଏହାକୁ ସମର୍ଥନ କରିଥିଲେ । ଦୀର୍ଘ ସମୟ ଧରି ଏ ସମ୍ପର୍କରେ ଆଲେଚନା କରାଯାଇଥିଲା । ଶେଷରେ ୨୦୨୦ ଜାନୁୟାରୀ ୮ ତାରିଖ ଦିନ ସତ୍ୟବାଦୀ ମଣ୍ଡଳ ବିଜେପି ପକ୍ଷରୁ ବ୍ଳକ ଘେରାଉ କରାଯିବ ବୋଲି ବିଜେପି ନେତା ଶ୍ରୀ ମିଶ୍ର ଜଣାଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି