 |
Baragarh |
ବରଗଡ଼----- ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ଼ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଥିବା ସୁକନ୍ୟା କାର୍ଯ୍ୟକ୍ରମରେ ଯୋଗଦେବେ ବରଗଡ଼ ଜିଲ୍ଲାର ୨୦ଜଣ ଗାଇଡ଼ ଏବଂ ୨ଜଣ ଗାଇଡ଼ କ୍ୟାପଟେନ ।୨୮ତାରିଖରୁ ଜାନୁୟାରୀ ୧ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ରାଜ୍ୟ ସ୍କାଉଟ ଗାଇଡ଼ତାଲିମ କେନ୍ଦ୍ର ସୁନ୍ଦରଗଡ଼ଜିଲ୍ଲା ବରଗାଉଁ ରେ ଅନୁଷ୍ଠିତ ହେବ।ଜିଲ୍ଲା ସ୍କାଉଟ କମିଶନର ପ୍ରକାଶ କୁମାର ଯୋଶୀଙ୍କ ନିର୍ଦେଶ କ୍ରମେ ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ହାଇସ୍କୁଲ ୧୦ଜଣ ଗାଇଡ଼ ଓ ତାଙ୍କର କ୍ୟାପଟେନ ଅନୁସୟା ଦେବତା,ବରଗଡ଼ ବ୍ଲକର ଜ୍ୟୋତି ନଗର ହାଇସ୍କୁଲର ୧୦ଜଣ ଗାଇଡ଼ ଓ ତାଙ୍କର କ୍ୟାପଟେନ ଶୁଭଶ୍ରୀ ଭୋଇ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସୁନ୍ଦରଗଡ଼ ଅଭିମୁଖେ ଯାତ୍ରା କରିଛନ୍ତି।ଝିଅ ମାନଙ୍କୁ ପ୍ରୋତ୍ସାହନ ଦେବା ତଥା ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ଲୋକାଭିମୁଖୀ କରିବା ଏହି କାର୍ଯ୍ୟକ୍ରମ ମୁଖ୍ୟ ଉଦ୍ଦେଶ୍ୟ ରହିଛି।ଏହି କାର୍ଯ୍ୟକ୍ରମରେ ନୃତ୍ୟ,ଗୀତ,ଚିତ୍ରାଙ୍କନ,ଫେନ୍ସି ଡ୍ରେସ,ମଡେଲିଙ୍ଗ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେମାନଙ୍କ ଭିତରେ ବ୍ୟବସାୟିକ ଚିନ୍ତାଧାରା ଏବଂ ଦକ୍ଷତା ବୃଦ୍ଧି କରିବା ପାଇଁ ଗାଁ ହାଟ, ଖାଦ୍ୟ ବଜାର ଭଳି ପ୍ରତିଯୋଗୀତା ଭଳି ପ୍ରତିଯୋଗିତା ଗୁଡିକ ମଧ୍ୟ ଆୟୋଜନ କରାଯାଇଛି। ଯାହା ଫଳରେ ଝିଅମାନେ ନିଜର ଭବିଷ୍ୟତକୁ ସରସ ସୁନ୍ଦର ଏବଂ ସୁରକ୍ଷିତ ପରି ଗଢି ତୋଳିବାର ଦକ୍ଷତା ହାସଲ କରିପାରିବେ।ପ୍ରକୃତରେ ସ୍କାଉଡ଼ଗାଇଡ଼ ର ଏହା ଏକ ସ୍ୱାଗତ ଯୋଗ୍ୟ କାର୍ଯ୍ୟକ୍ରମ ବୋଲି ବୁଦ୍ଧିଜୀବୀମାନେ କହନ୍ତି ।ଭାରତ ସ୍କାଉଡ଼ଗାଇଡ଼ ରାଜ୍ୟ କମିଶନର କାଳୀ ଚରଣ ମିଶ୍ରଙ୍କ ପୌରହିତରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡ଼ିଛି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ