 |
Baragarh |
ବରଗଡ଼----- ବରଗଡ ଜିଲ୍ଲା ଅତାବିରା ଥାନା ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ୫୪ ନଂ ଜାତୀୟ ରାଜପଥ ତଥା ଗୋଡ଼ଭଗା-ତୁରୁମ ରାସ୍ତାରେ ହାଇୱା ପିଟିଥିଲା ଏକ ମାଟି ବୋଝେଇ ଟ୍ରାକ୍ଟରକୁ । ଫାଣ୍ଡି ଠାରୁ ୫୦୦ ମିଟର ଦୁରରେ ରହିଥିବା ପେଟ୍ରୋଲପମ୍ପ ନିକଟରେ ତଥା ମହୁଖଣ୍ଡ କେନାଲ ପାରି ହେଇ ଆସୁଥିବା ମାଟି ବୋଝେଇ ଟ୍ରାକ୍ଟର ଓ ଆର ୧୭ଏଚ ୬୦୮୫ କୁ ଗୋଡ଼ଭଗା-ତୁରୁମ ଅଭିମୁଖେ ଯାଉଥିବା ଦ୍ରୁତଗାମୀ ହାଇୱା ଓଡ଼ି ୧୫ ଡି ୦୬୨୨ ଗାଡିଟି ଟ୍ରାକ୍ଟରକୁ ଧକ୍କା ଦେବା ଫଳରେ ଟ୍ରାକ୍ଟରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ଦୁର୍ଘଟଣା ସ୍ଥଳରୁ ଦୁଇ ଗାଡ଼ିର ଡ୍ରାଇଭର ମାନେ ଫେରାର ହୋଇଯାଇଥିଲେ । ଯିବାଆସିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ।ଉକ୍ତ ଘଟଣା ସ୍ଥଳରେ ଅତାବିରା ପୋଲିସ ଓ ଗୋଡ଼ଭଗା ଫାଣ୍ଡି ପୋଲିସ ପହଞ୍ଚି ଗାଡି ଦୁଇଟି ଜବତ କରିବା ସହ ତଦନ୍ତ କରୁଥିବାର ଜଣାପଡିଛି। ଏହି ରାସ୍ତା ଦେଇ ନିତିଦିନିଆ ଭାବେ ଭାରିଜାନ ଗୁଡିକ ଯିବା ଆସିବା କରୁଥିବାବେଳେ ଘଟଣାମାନ ଘଟି ଯାଇ ଜନ ଜୀବନ ନଷ୍ଟ ହେଉଥିବାର ଅଞ୍ଚଳରେ ନଜିର ରହିଛି।ଏନେଇ ସ୍ଥାନୀୟ ସ୍କୁଲ କଲେଜ ଛାତ୍ରଛାତ୍ରୀ ତଥା ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି।
ବରଗଡ଼ରୁ ନବୀନ ଦାଶଙ୍କ ସ୍ୱଦୀପ ଅଗ୍ରୱାଲଙ୍କ ରିପୋର୍ଟ