ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ଡିହସାହି ର ବାବା ଗାଦିବ୍ରହ୍ମ କ୍ରିକେଟ କ୍ଳବ ଆନୁକୂଲ୍ୟରେ ୨୦-୨୦ ମ୍ୟାଚ ଗ୍ରାମ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଥିଲା ପ୍ରି କ୍ୱାଟର ଫାଇନାଲ ମ୍ୟାଚ । ଦହିଶପାଟଣା କ୍ରିକେଟ କ୍ଳବ ସହିତ ଉଛୁପୁର କ୍ରିକେଟ କ୍ଳବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୩୪ ରନରେ ଦହିଶପାଟଣାକୁ ହରାଇ ଉଛୁପୁର କ୍ରିକେଟ ଦଳ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛି । ଟଚ୍ଚ ଜିତି ପ୍ରଥମେ ଉଛୁପୁର କ୍ରିକେଟ ଦଳ ବ୍ୟାଟିଂ କରି ୧୫ ଓଭରରେ ୬ ଉଇକେଟ ୧୭୬ ରନ କରିଥିଲେ । ଜବାବରେ ଦହିଶପାଟଣା କ୍ରିକେଟ କ୍ଳବ ୧୫ ଓଭର ଖେଳି ୭ ଉଇକେଟ ବିନିମୟରେ ୧୪୨ ରନ କରିଥିଲେ । ଆଜିର ମ୍ୟାଚ ପରିଚାଳନା କରିଥିଲେ ସନ୍ତୋଷ ପରିଡା ଓ ଅଭୟ ପରିଡା । ରବିବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଗାଦିବ୍ରହ୍ମ କ୍ରିକେଟ କ୍ଳବର ସଭାପତିଙ୍କ ଠାରୁ ଜଣାପଡିଛି ।
 |
Sakhigopal |
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି