Breaking News

ମାଳଦା ଛକରେ ଟାୟାର ଜାଳି ୪ ଘଣ୍ଟା ରାସ୍ତାରୋକ

D behera
Bari
ବରୀ -କୁଆଖିଆ ରାସ୍ତାର ମାଳଦାଛକରେ ସୋମବାର ଅପରାହ୍ନରେ ଟାୟାର ଜାଳି ଲୋକମାନେ ରାସ୍ତାରୋକ କରିଛନ୍ତି । ଦୀର୍ଘ ୪ ଘଣ୍ଟାହେଲା ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି । ଯାତ୍ରୀମାନଙ୍କୁ ନାନା ହିନସ୍ତା ହେବାକୁ ପଡିଛି । ଜଣାଯାଇଛିଯେ ବରୀବ୍ଲକ ଅଧିନ ଭଅଁରା ପଞ୍ଚାୟତର ସଙ୍ଗୁଅ ଗଦେଇପୁର ଗ୍ରାମର ଭରତ ଜେନାଙ୍କ ପୁଅ ବାଦଲ ଜେନା(୧୨) ଗତ ଶନିବାର ଶଙ୍ଖାରିଗଡା ଅଭିମୁଖେ ସାଇକେଲ ଯୋଗେ ଆସୁଥିବା ବେଳେ ମାଳଦାଛକରୁ ଆସୁଥିବା ଏକ ବାଇକ ଆରୋହୀ  ପଛପଟୁ ବାଦଲକୁ ଧକ୍କା ଦେଇଥିଲା । ଏଥିରେ ବାଦଲ ଗୁରୁତର ହୋଇ ପ୍ରଥମେ ଯାଜପୁର ଓ ପରେ କଟକ ବଡ ଡାକ୍ତରଖାନକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ରବିବାର ଅପରାହ୍ନରେ ଚିକିତ୍ସାଧୀନ ଥିବା ବେଳେ ସେଠାରେ ବାଦଲର ମୃତ୍ୟୁ ଘଟିଥିଲା । ସୋମବାର ଶବ ବ୍ୟବଚ୍ଛେଦ ପରେ ନିଜ ଗ୍ରାମକୁ ଆଣି ମାଳଦାଛକରେ ପରିବାର ଓ ଗ୍ରାମବାସୀ ମାନେ  ଶବକୁ ରାସ୍ତା ଉପରେ ରଖି ଆନ୍ଦୋଳନ କରିଛନ୍ତି । ଘଟଣା ସ୍ଥଳରେ ବରୀ ପୋଲିସ ପହଞ୍ଚିି ଆନ୍ଦୋଳନ କାରୀଙ୍କୁ ବୁଝାଶୁଝା କରୁଛନ୍ତି । ଧକ୍କା ଦେଇଥିବା ବାଇକ୍ ଆରୋହୀଙ୍କ ଘର କେଉଁଝର ଜିଲ୍ଲା ବୋଲି ଜଣାପଡିଛି । ବାଇକ୍ ଟିକୁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ମୁରଲୀ ସାହୁଙ୍କ ଦାୟିତ୍ୱରେ ରଖାଯାଇଥିବା ଆନ୍ଦୋଳନ କରୀମାନେ କହିଛନ୍ତି । ଘଟଣାସ୍ଥଳରୁ ସରପଞ୍ଚଙ୍କ ପ୍ରତିନିଧି ସାହୁ ଫେରାର ହୋଇଯାଇଥିବା କୁହାଯାଉଛି ।  ରିପୋର୍ଟ ଲେଖାହେଲା ବେଳକୁ ଆନ୍ଦୋଳନ କରୀଙ୍କ ନିକଟରେ   ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ  ପହଞ୍ଚି ନଥିବା ଜଣାପଡିଛି । କ୍ଷତି ପୂରଣ ବାବଦରେ ୫ ଲକ୍ଷ ଟଙ୍କା ଦାବୀ କରାଯାଇଛି । ଦାବୀ ପୂରଣ ନ ହେବା ଯାଏ ଆନ୍ଦୋଳନ ପ୍ରତ୍ୟାହାର ହେବ ନାହିଁ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି  ।
 ଯାଜପୁର ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ



Blog Archive

Popular Posts