Breaking News

ଲରାସରା ହାଇସ୍କୁଲର ୨୩ତମ ବର୍ଷିକୋତ୍ସଵ,


n das
baragarh

 ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଲରାସରା ହାଇସ୍କୁଲର ୨୩ତମ ବର୍ଷିକୋତ୍ସଵ ଅନୁଷ୍ଠିତ ହୋଇଯାଇଅଛି। ପରିଚାଳନା କମିଟିର ସଭାପତି ଦିନେଶ ଗାଏଗରିଆଙ୍କ ସଭାପତିତ୍ୱ କରିଥିବା ବେଳେ ମୂଖ୍ୟ ଅତିଥିଭାବେ ସ୍ଥାନୀୟ  ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା କଳାପାଣି ଗାନ୍ଧୀ ମେମୋରିଏଲ କଲେଜର ରାଜନୀତି ବିଜ୍ଞାନର ଅଧ୍ୟାପକ ମୋହନ ସାହୁ ରହିଥିଲେ। ସମ୍ବାନୀତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ରୀତା ସାହୁ,ଯୋନ ୨ର ଜିଲ୍ଲା ପରିଷଦ ସଭ୍ୟା ସୁବାସିନୀ ମେହେର,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁଣମଣି କର୍ମୀ,ଲରାସରା ସରପଞ୍ଚ ରଞ୍ଜିତ ସାହୁ ଯୋଗଦେଇଥିଲେ।ସ୍କୁଲର ଗଣିତ ଶିକ୍ଷକ ପ୍ରମୋଦ କୁମାର ଗଡ଼ତିଆ ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ମନବୋଧ ମାଝୀ ବାର୍ଷିକ ବିବରଣୀ ପାଠ କରିଥିଲେ।ଏହି ଉତ୍ସବରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ 32 ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିପରି କ୍ରୀଡ଼ାରେ ଚମ୍ପିୟାନ ହୋଇଥିବା ଛାତ୍ର ଭି ରାମ ବାବୁ,ଛାତ୍ରୀ ପ୍ରାଚୀ ପୁଟା ପୁରସ୍କୃତ ହୋଇଥିବାବେଳେ ସ୍କୁଲର ୨୦୧୮/୧୯ ମାଟ୍ରିକ ଟପ୍ପର ଛାତ୍ରୀ ସ୍ୱପ୍ନାରାଣୀ ଭୋଇଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସ୍ୱତନ୍ତ୍ର ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା।ଉତ୍ସବ ପୂର୍ବରୁ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଭା ପୂର୍ବକ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ଉତ୍ସବକୁ ଶିକ୍ଷୟିତ୍ରୀ ପ୍ରମୋଦିନୀ ସାହୁ,ଶିକ୍ଷକ ଦେବାନନ୍ଦ ଭୋଇ,ପ୍ରସନ୍ନ ବେହେରା,ରବିକାନ୍ତ ପାତ୍ର, ହୀରାମଣି ବାଗ,କର୍ମଚାରୀ ସୁଶିଳ କୁମାର ଭୋଇ,ଜୟ କୁମାରୀ ବାରିକ,ହେମନ୍ତ ମହାକୁର,ପରିଚାଳନା କମିଟିର ସମସ୍ତ ସଭ୍ୟ/ସଭ୍ୟା ତଥା ଗ୍ରାମବାସୀ ସହଯୋଗ କରିଥିବାବେଳେ ଶିକ୍ଷକ ମୋତିଲାଲ ରଣା ଧନ୍ୟବାଦ ଅର୍ପଣ କରିଥିଲେ।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts